odishaଜିଲ୍ଲାରାଜ୍ୟସ୍ୱାସ୍ଥ୍ୟ

ରାୟଗଡା ଜିଲ୍ଲାରେ ବର୍ତ୍ତମାନ AI ର ସାହାଯ୍ୟରେ ଗର୍ଭବତୀ ମହିଳାଙ୍କ ଚିକିତ୍ସା ନିମିତ୍ତରେ ଆଧୁନିକ ପ୍ରଯୁକ୍ତି ବ୍ୟବହାର ହେବ।

Spread the love

ରାୟଗଡା: ବର୍ତ୍ତମାନ ସମୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ବିଷୟରେ ଚର୍ଚ୍ଚା ହେଉଥିବା ବେଳେ ଏକ ଖବର ସାମ୍ନାକୁ ଆସିଛି। ଏବେ AI ର ସାହାଯ୍ୟରେ ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟ ଚିକିତ୍ସା ସମ୍ଭବ ହେବାକୁ ଯାଉଛି। ଓଡିଶାରେ ପ୍ରଥମ ଥର ପାଇଁ ରାୟଗଡା ଜିଲ୍ଲାରେ ଏହି ପ୍ରକ୍ରିୟା ଆରମ୍ଭ ହେବ, ଯେଉଁଠାରେ ଗର୍ଭ ଧାରଣ ଠାରୁ ଆରମ୍ଭ କରି ପ୍ରସବ ପର୍ଯ୍ୟନ୍ତ ମା’ ଓ ଶିଶୁ ଙ୍କର ସ୍ବାସ୍ଥ୍ୟ ଅବସ୍ଥା ଉପରେ ନିର୍ବିକ୍ଷେପ ନଜର ରଖାଯିବ।

ଏହି ପଛୁଆ ଜିଲ୍ଲାରେ ଶିଶୁ ଓ ମାତୃ ମୃତ୍ୟୁ ହାର ବେଶି ଥିବା ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଉନ୍ନତ ତନ୍ତ୍ର ଆଣିଛନ୍ତି। ଗତ କିଛି ବର୍ଷ ଧରି ଏହା ଏକ ଗମ୍ଭୀର ଚିନ୍ତା ବିଷୟ ଥିଲା ଯାହା ରାଜ୍ୟ ଓ ଜାତୀୟ ସ୍ତରରେ ମଧ୍ୟ ଆଲୋଚିତ ହେଉଥିଲା। ଏହି ନୂଆ ପଦକ୍ଷେପରେ “ଡିଜିଟାଲ ଡାଇଗ୍ନୋସିସ ଡିଭାଇସ ଫର୍ ପ୍ରେଗନେନ୍ସି ମନିଟରିଂ” ନାମକ AI ଆଧାରିତ କିଟ୍ ବ୍ୟବହାର କରାଯିବ, ଯାହା ପୂର୍ବରୁ ସଫଳ ଭାବେ ପରୀକ୍ଷିତ ହୋଇଛି।

ସ୍ବାସ୍ଥ୍ୟ ବିଭାଗ ପ୍ରାଥମିକ ଧାରାରେ ୨୦୦ ଟି ଏହି କିଟ୍ ଆଣିବାକୁ ଦାୟିତ୍ୱ ନେଇଛି। ଏହି କିଟ୍ ଦ୍ୱାରା ଭୃଣ ଅବସ୍ଥା ଠାରୁ ଆରମ୍ଭ କରି ପ୍ରସବ ପର୍ଯ୍ୟନ୍ତ ଶିଶୁର ଶାରୀରିକ ଓ ମାନସିକ ବିକାଶ ଉପରେ ଅନୁଧ୍ୟାନ ହେବ। ଯଦି କୌଣସି ସ୍ୱାସ୍ଥ୍ୟ ସମସ୍ୟା ଚିହ୍ନଟ ହୁଏ, ତେବେ ତାହାର ଉପରେ ତୁରନ୍ତ ଚିକିତ୍ସା ଶୁରୁ କରାଯିବ।

ସମସ୍ତ ଆଶାକର୍ମୀଙ୍କୁ ସ୍ମାର୍ଟଫୋନ ଯୋଗାଇ ଏହି AI କିଟ୍ ବ୍ୟବହାର ବାବଦରେ ପ୍ରଶିକ୍ଷଣ ଦିଆଯିବ। ଏହି ଅଧୁନିକ ପଦକ୍ଷେପ ଦ୍ୱାରା ମାତୃ ଓ ଶିଶୁ ମୃତ୍ୟୁହାର ଗୁରୁତ୍ୱପୂର୍ଣ୍ଣ ଭାବେ କମିବା ଆଶା କରାଯାଉଛି। ରାଜ୍ୟ ସରକାରଙ୍କ ଏହି ଉଦ୍ୟମ ନିଶ୍ଚିତ ଭାବେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମନ୍ୟ ହେଉଛି।

Leave a Reply

Your email address will not be published. Required fields are marked *