odisha

କମିିଛି ବର୍ଷାର ପରିମାଣ, ଏସବୁ ଜିଲ୍ଲାରେ ବୃଦ୍ଧି ପାଇବ ତାପମାତ୍ରା!

Spread the love

ରାଜ୍ୟରେ ମୌସୁମିର ସ୍ଥିତି ଦୁର୍ବଳ ରହିଛି । ଏହାସହ ରାଜ୍ୟରେ ବର୍ଷାର ପରିମାଣ କମ ରହିଛି। ଅନେକ ସ୍ଥାନରୁ ଅପସାରଣ କଲା ଦକ୍ଷିଣପଶ୍ଚିମ ମୌସୁମି ବାୟୁ। ମୌସୁମି ଅପସାରଣ ପାଇଁ ପାଗ ଅନୁକୂଳ ରହିଥିଵାରୁ ଆସନ୍ତା ଦୁଇ ଦିନରେ ରାଜ୍ୟର ଅବଶିଷ୍ଟ ଅଂଚଳରୁ ମୌସୁମୀ ଅପସାରଣର ସଂଭାବନାରାଜ୍ୟରେ ଗତ କିଛିଦିନ ହେବ ମୌସୁମିର ସ୍ଥିତି ଦୁର୍ବଳ ରହିଛି । ଏହାସହ ରାଜ୍ୟରେ ବର୍ଷାର ପରିମାଣ କମ ରହିଛି। ଆକାଶ ମେଘଶୂନ୍ୟ ରହିବା ସହ ତାପମାତ୍ରା ବୃଦ୍ଧି ପାଇଛି।: କେତେକ ସ୍ଥାନରେ ସ୍ୱାଭାବିକଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା ଅଧିକ ରେକର୍ଡ କରାଯାଇଛି। ବିଶେଷକରି ଟ୍ୱଇନ୍ସିଟିରେ ୩୪ ଡିଗ୍ରୀ ଉପରେ ତାପମାତ୍ରା ରହୁଛି। ସେପଟେ ପୂଜା ବଜାରରେ ପାଗ ଶୁଖିଲା ରହିଥିବା ବେଳେ କାଁଭାଁ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଆଗାମୀ ୫ ଦିନ ଯାଏଁ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବା ସହ କିଛି ସ୍ଥାନରେ ବର୍ଷା ହୋଇପାରେ। ଆସନ୍ତା ୨୪ ଘଂଟାରେ ଗଂଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *