ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ସରକାରଙ୍କ ବଡ଼ ଘୋଷଣା
ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ସରକାରଙ୍କ ବଡ଼ ଘୋଷଣା। ମୁମ୍ଵାଇରେ ଏଣ୍ଟ୍ରି କରିବାକୁ ଥିବା ୫ଟି ଟୋଲ୍ ଗେଟ୍ରେ ହାଲୁକା ଯାନର ଟୋଲ୍ ଫି ଛାଡ଼ କଲେ ସରକାର। ଏହି ନିୟମ ସୋମବାର ରାତି ୧୨ଟାରୁ ଲାଗୁ କରାଯିବ। ସିନ୍ଦେ କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି।
ସୂଚନାନୁଯାୟୀ, ମହାରାଷ୍ଟ୍ର ସରକାରଙ୍କ ଏହି ଘୋଷଣା ପରେ ଦହିସର, ମୁଲୁଣ୍ଡ, ୱାଶି, ଏରୋଲି ଏବଂ ତିନହନ୍ତ ଟୋଲ୍ ଗେଟ୍ରେ ଟୋଲ୍ ଫି ଛାଡ଼ କରାଯିବ।

