ଜୁଲାଇ ୨୨ ତାରିଖ, ଶନିବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ
ମେଷ – ଶୁକ୍ଳ ପକ୍ଷ ପଞ୍ଚମ ଚନ୍ଦ୍ର ହେତୁ ଆଜି ସ୍ବାସ୍ଥ୍ୟ ଅବସ୍ଥାରେ ଆସନ୍ତାକାଲି ଆପଣଙ୍କ ସୁଧାର ଆସିବ । ଧନ ପ୍ରାପ୍ତିର ଯୋଗ ରହିଛି । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଗୃହରେ ଆନନ୍ଦର ମାହୋଲ ଦେଖାଯିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟ ମଧ୍ୟମ ଫଳ ଦେବ ।
ବୃଷ – ମାନହାନୀ ହେବା ସହ ଅଙ୍ଗରେ ଆଘାତ ଲାଗି ପାରେ । ମାନସିକ ଅଶାନ୍ତି କିଛି ମାତ୍ରାରେ ଦେଖା ଦେବ । ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଖୁବ ଭଲ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନଟି କଷ୍ଟ ଦାୟକ ହେବ ।
ମିଥୁନ– ଶନିବାର ଦିନଟି ଆପଣଙ୍କୁ ଉତ୍ତମ ଫଳ ଦେବ । ମନ ପ୍ରଫୁଲ୍ଲ ରହିବ । ନୂତନ ଯାନବାହାନ କ୍ରୟ କରି ପାରନ୍ତି । ଅର୍ଥ ପ୍ରାପ୍ତିର ଯୋଗ ରହିଛି । ବ୍ୟବସାୟରେ ବୃଦ୍ଧି ହେବ । ପରିବାରରେ କିଛି ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇ ପାରେ ।
କର୍କଟ – ସ୍ଵାସ୍ଥ୍ୟଗତ ସମସ୍ୟା ଯୋଗୁଁ ଖର୍ଚ୍ଚାନ୍ତ ହେବେ । ଚାକିରି କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ମନ ଅଶାନ୍ତି ରହିବ। ଧର୍ଯୋହର। ହୁଅନ୍ତୁ ନାହିଁ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ । ବିଦ୍ୟାର୍ଥୀ ମାନେ ବନ୍ଧୁଙ୍କୁ ପାଇ ଖୁସି ହେବେ ।
ସିଂହ – ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ । ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ । ସନ୍ତାନଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତାରେ ପଡ଼ି ପାରନ୍ତି । ସମ୍ପତିରେ ବୃଦ୍ଧି ହୋଇପାରେ । ବ୍ୟବସାୟରେ ସାମାନ୍ୟ ମାନ୍ଦାବସ୍ଥା ଦେଖା ଦେବ। ବିଦ୍ୟାର୍ଥୀ ମାନେ ନୂତନ ପ୍ରୟାସ କରିବେ।
କନ୍ୟା – ଆସନ୍ତାକାଲି ଦିନଟି ଆପଣଙ୍କୁ ଏତେ ମାତ୍ରା ରେ ଭଲ ଭଲ ଦେବ ନାହିଁ ।କାର୍ଯ୍ୟ କ୍ଷେତ୍ରରେ ଦ୍ଵନ୍ଦ୍ଵ ଲାଗି ରହିବ। ମିତ୍ରଙ୍କ ସହଯୋଗ ମିଳିବ ହେଲେ ମଧ୍ୟ ବ୍ୟବସାୟରେ ଅଧିକ ପରିଶ୍ରମ ଯୋଗ ରହିଛି । ପରିବାରରେ କଳହ ହୋଇ ପାରେ ।
ତୁଳା – ଦିନଟି ଉତ୍ତମ ଫଳ ଦେବ । କାର୍ଯ୍ୟ କ୍ଷେତ୍ରରେ ତତ୍ପର ହେବେ । ଆୟ ବୃଦ୍ଧି ହେବ । ପୁରୁଣା ମିତ୍ରଙ୍କୁ ଭେଟି ଆନନ୍ଦ ପାଇବେ । ଅର୍ଥ ନିବେଶ କରିବା ପାଇଁ ଦିନଟି ଉତ୍ତମ ରହିଛି । ବିଦ୍ୟାର୍ଥୀ ମାନେ ଅନେକ ଲାଭବାନ ହେବେ ।
ବିଛା – ନିଜକୁ ଦୃଢ଼ ରଖିଲେ ଦିନଟି ବହୁତ୍ ଭଲ ରେ କଟିବ । ଉନ୍ନତିର ନୂଆ ବାଟ ଶନିବାର ଦେଖା ଯିବ । ଆୟ ବୃଦ୍ଧି ହେବ । ନୂତନ କାର୍ଯ୍ୟ କିମ୍ବା ବ୍ୟବସାୟ ପାଇଁ ଦିନଟି ବହୁତ୍ ଭଲ ରହିଛି । ଛାତ୍ର ଛାତ୍ରୀ ମାନେ ମନ ରେ ବିଶ୍ୱାସ ରଖନ୍ତୁ ।
ଧନୁ – ଶୁକ୍ଳ ପକ୍ଷ ନବମ ଚନ୍ଦ୍ର ,ଆସନ୍ତାକାଲି ଦିନଟି ମଧ୍ୟମ ଫଳ ଦେବ । ଅଟକିଥିବା କାର୍ଯ୍ୟର ଆଜି ପୁନଃଆରମ୍ଭ ହେବ । ପତି ପତ୍ନୀଙ୍କ ମଧ୍ୟରେ ସହଯୋଗ ଦେଖିବାକୁ ମିଳିବ । ମିତ୍ରଙ୍କ ଦ୍ଵାରା ଆୟ ଯୋଗ ମଧ୍ୟ ରହିଛି । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ ।
ମକର – ଘାତ ଚନ୍ଦ୍ର ରହିଥିବାରୁ କିଛି ମାନସିକ ସମସ୍ୟା ଦେଖା ଦେଇ ପାରେ । ମନୋବଳ ଦୃଢ଼ ରହିବେ। କାର୍ଯ୍ୟରେ ସଫଳତା ଡେରିରେ ମିଳିବ । ବିଦ୍ୟାର୍ଥୀ ମାନେ ପାଠରେ ମନୋନିବେଶ କରିବେ । ପରିବାରରେ ମୋନମାଳିନ୍ୟା ଲାଗି ରହିବ ।
କୁମ୍ଭ – ଆନନ୍ଦ ଉତ୍ସାହର ସହିତ ଦିନଟି ଅତିବାହିତ ହେବ । ଧନ ପ୍ରାପ୍ତି ଯୋଗ ରହିଛି । ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଦେଇଥିବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଯୋଗ ଅଛି । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟ ରେ ଲାଭ ଯୋଗ ରହିଛି ।
ମୀନ – ଦିନଟି ଉତ୍ତମ ଫଳ ଦେବ ।ମନ ପ୍ରସନ୍ନ ରହିବ । ବ୍ୟବସାୟରେ ବୃଦ୍ଧି ହେବ । ଅଧିକ ପରିଶ୍ରମ ମଧ୍ୟ ଶନିବାର କରିବାକୁ ପଡି ପାରେ । ଭ୍ରମଣ ଯୋଗ ରହିଛି । ପରିବାରରେ ଶତ୍ରୁ ଭୟ ଦେଖା ଦେଇ ପାରେ । ବିଦ୍ୟାର୍ଥୀ ମାନେ ଉଚା ଭିଲାସି ହେବେ ।
