ରାଜ୍ୟodishaଦେଶ ବିଦେଶଭୁବନେଶ୍ଵର

ଟଙ୍କା ଭର୍ତ୍ତି ବ୍ୟାଗ ଫୋପାଡି ଦେଇଥିଲେ ଭିଜିଲାନ୍ସ ଭୟରେ ରାଜକିଶୋର ଜେନାଙ୍କ ସହଯୋଗୀ

Spread the love

ଭୁବନେଶ୍ଵର : ଗତକାଲି ଆସିଷ୍ଟାଣ୍ଟ ଇଂଜିନିୟର ଅଶୋକଙ୍କର କସମୋପଲିରେ ଥିବା ତାଙ୍କ ଫ୍ଲାଟରୁ ୧ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ, ରୁପା ମୁଦ୍ରା, ସୁନା ଅଳଙ୍କାର, ମୋବାଇଲ ଓ ଅନ୍ୟ ସବୁ ଡକୁମେଣ୍ଟ ଫୋପାଡି ଥିଲେ । ଅଶୋକଙ୍କର ଗାଲେରିଆ ମଲ୍ ରେ ଦୁଇଟି ଦୋକାନ ଘର ଓ ସିମ୍ପୋନି ମଲରେ ଗୋଟିଏ ଦୋକାନ ଘର ଅଛି । ଭୁବନେଶ୍ଵରରେ ତାଙ୍କର ଦୁଇଟି ବହୁତଳ ଘର ଓ କସମୋପଲିସିରେ ଫ୍ଲାଟ ରହିଛି | ଭିଜିଲାନ୍ସ ସ୍କାନରରେ ରାଜକିଶୋର ଜେନାଙ୍କ ସହଯୋଗୀ ଆସିଷ୍ଟାଣ୍ଟ ଇଂଜିନିୟର ଅଶୋକ କୁମାର ପଣ୍ଡା । ରାଜକିଶୋରଙ୍କ ସହ ଅଶୋକଙ୍କର ଘନିଷ୍ଠତା ରହିଛି । ଉଭୟଙ୍କର ଯୁଗ୍ମ ସମ୍ପତ୍ତି ଥିବାର ଭିଜିଲାନ୍ସ ତରଫରୁ ଜଣାଯାଇଛି । ଶ୍ରୀ ଜେନାଙ୍କ ସହଯୋଗୀ ଆସିଷ୍ଟାଣ୍ଟ ଇଂଜିନିୟର ଅଶୋକ କୁମାର ପଣ୍ଡା ଟଙ୍କା ଭର୍ତ୍ତି ବ୍ୟାଗ ଫୋପାଡି ଦେଇଥିଲେ | ଯାହାକୁ ଭିଜିଲାନ୍ସ ଜବତ କରିଛି |

 

Leave a Reply

Your email address will not be published. Required fields are marked *