ଜାନୁଆରିରେ ପଶ୍ଚିମାଝଡ଼
ଜାନୁଆରି ମାସରେ ପଶ୍ଚିମାଝଡ଼ର ପ୍ରଭାବ ଅଧିକ ରହିବ। ଏହା ଯୋଗୁ ଶୀତ କମିବା ସହିତ ବର୍ଷାର ପରିମାଣ ଅଧିକ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଜାନୁଆରି ମାସରେ ସ୍ଵାଭାବିକ ଶୀତ ଅପେକ୍ଷା ପଶ୍ଚିମାଝଡ଼ର ପ୍ରଭାବ ଅଧିକ ରହିବ।ରାଜ୍ୟର କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବୌଦ୍ଧ, ସୋନପୁର ସମେତ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ଶୀତ ବଢ଼ିବ। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହେବ।

