ଦେଶ ବିଦେଶ

ଦୀର୍ଘ ଦିନର ଅପେକ୍ଷା ପରେ ମହାକାଶରୁ ଫେରିଲେ ସୁନୀତା ୱିଲିୟମ୍ସ

Spread the love

ଦୀର୍ଘ ଦିନର ଅପେକ୍ଷା ପରେ ମହାକାଶରୁ ଫେରିଲେ ସୁନୀତା ୱିଲିୟମ୍ସ । ଭାରତୀୟ ସମୟ ଭୋର ୩ଟା ୨୭ ମିନିଟରେ ସମୁଦ୍ରରେ ଲ୍ୟାଣ୍ଡ ହୋଇଛି ଡ୍ରାଗନ୍ ମହାକାଶ ଯାନ । ଆଜି ପୃଥିବୀ ଲୋକକୁ ଫେରିଛନ୍ତି ସୁନୀତା ୱିଲିୟମ୍ସ ଓ ତାଙ୍କ ସାଥୀ । ମହାକାଶ କେନ୍ଦ୍ରରୁ ପୃଥିବୀ ପୃଷ୍ଠକୁ ଥିଲା ୧୭ ଘଣ୍ଟାର ଯାତ୍ରା । ଏହି ସମସ୍ତ ମହାକାଶଚାରୀମାନେ ସ୍ପେଶଏକ୍ସ (SpaceX) ଡ୍ରାଗନ୍ ମହାକାଶ ଯାନ ମାଧ୍ୟମରେ ଫ୍ଲୋରିଡାର ଗଲ୍ଫ୍ କୋଷ୍ଟରେ ସୁରକ୍ଷିତ ଭାବରେ ଅବତରଣ କରିଛନ୍ତି ।୮ ଦିନ ପାଇଁ ଯାଇ ୯ ମାସ ରହିବା ପରେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ କିପରି ଅଛି ତାହା ଜାଣିବାକୁ ହେବ । ବର୍ତ୍ତମାନ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ ଚିକିତ୍ସା କରାଯିବ । ଏଥି ସହ ୱିଲିୟମ୍ସ ଏବଂ ତାଙ୍କ ସାଥୀଙ୍କୁ ଅବଜରଭେସନରେ ମଧ୍ୟ ରଖାଯିବ । ସୁନୀତା ଏବଂ ବଚ୍ ଗତ ୯ ମାସ ହେବ ମହାକାଶରେ ରହିଥିଲେ । ଅନ୍ୟପଟେ ସ୍ପେସ ଷ୍ଟେସନ ଭିତରେ ଗୁରୁତ୍ୱାକର୍ଷଣ ଶକ୍ତି ନାହିଁ । ତାହାରି ଭିତରେ ୮ ଦିନ ପାଇଁ ଯାଇ ୯ ମାସ ରହିବା ଦ୍ୱାରା ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟକୁ ନିଶ୍ଚିତ ପ୍ରଭାବିତ କରିବ । ତେବେ ଚିକିତ୍ସା ପରେ ହିଁ ଜଣାପଡିବ ମହାକାଶରୁ ଫେରିବା ପରେ ବର୍ତ୍ତମାନ ସୁନିତାଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ଅଛି ।

Leave a Reply

Your email address will not be published. Required fields are marked *