ଆଜିଠୁ ମାଟ୍ରିକ ଖାତାଦେଖା
ଆଜିଠୁ ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନ । ଏଥିଲାଗି ସମସ୍ତ ମୂଲ୍ୟାୟନ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସକାଳ ୧୦ ଟାରୁ ଖାତା ଦେଖା ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ୪୫ ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷା ଖାତା ଦେଖାଯିବ । ଏଥିପାଇଁ ୧୨ ହଜାର ୮ ଶହ ହାଇସ୍କୁଲ୍ ଶିକ୍ଷକ ଓ ଶିକ୍ଷୟିତ୍ରୀ ମୂଲ୍ୟାୟନରେ ନିୟୋଜିତ ହୋଇଛନ୍ତି । ପ୍ରାୟ ୧୨ ଦିନ ବ୍ୟାପୀ ମୂଲ୍ୟାୟନ ଚାଲିବ। ଖାତା ଦେଖାରେ ନିୟୋଜିତ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ଏହି ସମୟରେ କେନ୍ଦ୍ର କ୍ୟାମ୍ପସ୍ ବାହାରକୁ ଯାଇପାରିବେ ନାହିଁ । ସେହିପରି କେନ୍ଦ୍ରକୁ ମୋବାଇଲ୍ ନେବା ମଧ୍ୟ ବାରଣ ରହିଛି । ଏଥିରେ ଖିଲାପି କଲେ ସମ୍ପୃକ୍ତ ମୂଲ୍ୟାୟନକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।

