ବୁଲୁଛି ମହାବଳ ଲୋକଙ୍କ ମଧ୍ୟରେ ଆତଙ୍କ
ନିଷ୍ଟ ୟୁନିଭରସିଟି ନିକଟ ୧୬ ନଂ ଜାତୀୟ ରାଜପଥରେ ଗତ ୩ ତାରିଖ ରାତି ସାଢ଼େ ୯ଟାରେ ଏକ ବାଘ ରାସ୍ତା ପାର ହେଉଥିବା ଭିଡିଓ ଏକ କାରରେ ଲାଗିଥିବା କ୍ୟାମେରାରେ କଏଦ ହେବା ପରେ ଏହା ଭାଇରାଲ୍ ହେଉଛି । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ମହାବଳ ବାଘଟି ଗତ ଦୁଇ ଦିନ ହେଲା ମୋହନା ବନାଞ୍ଚଳରେ ଥିବା ନେଇ ଚର୍ଚ୍ଚା ହୋଇଥିଲା ଏବଂ ଗୋଟିଏ ଗାଈକୁ ମଧ୍ୟ ଖାଇଥିଲା। ଏବେ ଗୋଳନ୍ଥରା ଅଂଚଳରେ ବାଘ ଥିବା ନେଇ ଲୋକ ମାନଙ୍କର ମଧ୍ୟରେ ଆଲୋଚନା ଜୋର ଧରିଛି। ଏଥିପାଇଁ ବନ ବିଭାଗ ପକ୍ଷରୁ ଆଖପାଖ ଅଞ୍ଚଳର ସମସ୍ତ ଗ୍ରାମବାସୀଙ୍କୁ ସତର୍କ ସୂଚନା ଦିଆଯାଇଛି।
