ଦ୍ୱିତୀୟ ଥର ପାଇଁ ହ୍ୱାଇଟ୍ ହାଉସ୍କୁ ଫେରିବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ
ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ହ୍ୱାଇଟ୍ ହାଉସ୍କୁ ଫେରିବାକୁ ଯାଉଛନ୍ତି। ଏହା ଆମେରିକା ଇତିହାସର ସବୁଠାରୁ ଅବିଶ୍ୱସନୀୟ ରାଜନୈତିକ ପ୍ରତ୍ୟାବର୍ତ୍ତନ ହେବ। ତାଙ୍କର ଏହି ବିଜୟ ଏବେ ଅନେକ ‘ଐତିହାସିକ ପ୍ରଥମ’ର ଅଧିକାରୀ ହୋଇଛି।ଗ୍ରୋଭର କ୍ଲିଭଲାଣ୍ଡଙ୍କ ପରେ ଟ୍ରମ୍ପ ହେଉଛନ୍ତି ଦ୍ୱିତୀୟ ରାଷ୍ଟ୍ରପତି ଯିଏ ‘ଅଣ-କ୍ରମାଗତ’ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ , ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ୨୦୧୬ରୁ ୨୦୨୦ ମଧ୍ୟରେ ଥିଲା। ତେବେ ୨୦୨୦ ନିର୍ବାଚନରେ ଜୋ ବାଇଡେନଙ୍କଠାରୁ ହାରିବା ପରେ ସେ ଲଗାତାର ଦ୍ବିତୀୟ ଥର ଜିତିବାରେ ବିଫଳ ହୋଇଥିଲେ।୭୮ ବର୍ଷ ବୟସରେ ଟ୍ରମ୍ପ ଆମେରିକା ଇତିହାସର ସବୁଠାରୁ ବୟସ୍କ ବ୍ୟକ୍ତି ଭାବେ ରାଷ୍ଟ୍ରପତି ହେବେ।ଏହାବ୍ୟତୀତ ଟ୍ରମ୍ପ ୨୦ ବର୍ଷ ମଧ୍ୟରେ ପ୍ରଥମ ରିପବ୍ଲିକାନ୍ ଭାବେ ପପୁଲାର ଭୋଟ୍ ଜିତିଛନ୍ତି।
