ତ୍ରିବେଣୀ ସଙ୍ଗମରେ ଓଲଟିଲା ଡଙ୍ଗା
ସଂଗମ ସ୍ଥଳରେ ଓଲଟିଲା ବୋଟ୍ । ମଙ୍ଗଳବାର ଅପରାହ୍ଣରେ ଗୋଟେ ଛୋଟ ଡଙ୍ଗାରେ 9 ଜଣ ଶ୍ରଦ୍ଧାଳୁ ବସି ସଙ୍ଗମ୍ ଘାଟକୁ ଯାଇଥିଲେ । ପାଣି ଉପରେ ସମସ୍ତେ ମଜା ନେଇ ସଙ୍ଗମରେ ବୁଡ ପକାଇବାକୁ ଯାଉଥିଲେ, ସମସ୍ତେ ଲାଇଫ୍ ଜାକେଟ୍ ବି ପିନ୍ଧିଥିଲେ । ହେଲେ ସଙ୍ଗମ୍ ଘାଟ ପାଖାପାଖି ବୋଟ୍ ଯେତେବେଳେ ପହଞ୍ଚିଥିଲା ସମସ୍ତେ ଲାଇଫ ଜାକେଟ୍ ଖୋଲି ଦେଇ ଛିଡା ହୋଇ ଓହ୍ଲାଇବାକୁ ଅପେକ୍ଷା କରିଥିଲେ ଆଉ ସେହି ସମୟରେ ଏକା ସାଙ୍ଗରେ ସମସ୍ତେ ଉଠିପଡିବା କାରଣରୁ ଡଙ୍ଗାଟି ଭାରସାମ୍ୟ ହରାଇ ଏକପାଖିଆ ଓଲଟିପଡିଥିଲା । ଦୁର୍ଘଟଣା ପରେ ୱାଟର ଆମ୍ବୁଲାନ୍ସରେ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ମହିଳା ଓ ଜଣେ ପୁରୁଷ ନିଖୋଜ ଥିବା ସୂଚନା ମିଳିଛି । ସେମାନଙ୍କୁ ଖୋଜାଖୋଜି ଜାରି ରହିଛି ।

