ମତ୍ସ୍ୟଜୀବୀ ଡଙ୍ଗାରୁ ପ୍ରାୟ ୨.୩ ଟନ୍ କୋକେନ ଜବତ କରିଛି ଅଷ୍ଟ୍ରେଲିଆ ପୋଲିସ
ଅଷ୍ଟ୍ରେଲିଆ ପୋଲିସ ଏକ ମତ୍ସ୍ୟଜୀବୀ ଡଙ୍ଗାରୁ ପ୍ରାୟ ୨.୩ ଟନ୍ କୋକେନ ଜବତ କରିଛି । କୁଇନ୍ସଲ୍ୟାଣ୍ଡ ଉପକୂଳରେ କ୍ଷତିଗ୍ରସ୍ତ ହୋଇଥିବା ଏକ ଡଙ୍ଗା ଉପରେ ଚଢ଼ାଉ କରି ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ମାମଲାରେ ୧୩ ଜଣ ଗିରଫ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ଦୁଇଜଣ ହେଉଛନ୍ତି ୧୮ରୁ କମ୍ ବୟସର । ସମସ୍ତେ ଅଷ୍ଟ୍ରେଲୀୟ ନାଗରିକ । ଅଧିକାରୀମାନେ ସୋମବାର ଏ ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଜବତ ମାଦକ ଦ୍ରବ୍ୟର ବଜାର ମୂଲ୍ୟ ୭୬ କୋଟି ଅଷ୍ଟ୍ରେଲୀୟ ଡଲାର ।ତଦନ୍ତକାରୀ ଅଧିକାରୀମାନେ ଏହି ମାଦକ ଦ୍ରବ୍ୟ କୌଣସି ଅଜଣା ଦକ୍ଷିଣ ଆମେରିକୀୟ ଦେଶରୁ ଅଣାଯାଇଥିଲା ବୋଲି କହିଛନ୍ତି ।

