ଦେଶ ବିଦେଶ

ଡ୍ୟୁଟିରେ ଯୋଗଦେବା ପୂର୍ବରୁ ବାଟରେ ଚାଲିଗଲା ୨୬ ବର୍ଷୀୟ ଆଇପିଏସ୍ ଅଧିକାରୀଙ୍କ ଜୀବନ

Spread the love

ନିଜ ପ୍ରଥମ ଦିନ ଚାକିରିରେ ଯୋଗ ଦେବାକୁ ଯାଉଥିବା ବେଳେ ଭୟଙ୍କର ଦୁର୍ଘଟଣାର ଶିକାର ହେଲେ ୨୬ ବର୍ଷୀୟ ଆଇପିଏସ୍ ଅଧିକାରୀ ହର୍ଷ ବର୍ଦ୍ଧନ । ଏହି ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି|କର୍ଣ୍ଣାଟକ କ୍ୟାଡରର ୨୦୨୩ ବ୍ୟାଚର ଆଇପିଏସ୍ ଅଧିକାରୀ ଥିଲେ ହର୍ଷ ବର୍ଦ୍ଧନ ।ରବିବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିଲା । ହାସନର କିଟ୍ଟାନେ ଗାଁ ନିକଟରେ ଆଇପିଏସ୍ ଅଧିକାରୀଙ୍କ ଗାଡ଼ିର ଚକ ଫାଟି ଯାଇଥିଲା । ଫଳରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିବାରୁ ଏହା ରାସ୍ତାପାର୍ଶ୍ଵ ଘର ଏବଂ ଗଛ ସହ ପିଟି ହୋଇଯାଇଥିଲା ।ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ହର୍ଷ ବର୍ଦ୍ଧନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।ହର୍ଷ ବର୍ଦ୍ଧନଙ୍କ ମୃତ୍ୟୁରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *