ଦେଶ ବିଦେଶ

ଜାମିଆ ମିଲିଆ ଇସଲାମିଆ’ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ସମାରୋହ

Spread the love

ଅସହମତିକୁ ବିରୋଧାଭାସରେ ପରିଣତ କରିବା ଗଣତନ୍ତ୍ର ପାଇଁ କୌଣସି ଅଭିଶାପ ଠାରୁ କମ୍ ନୁହେଁ । ଗୋଟିଏ ଛାତ ତଳେ ବିରୋଧ ଏବଂ ଅସହମତି ସ୍ୱଭାବିକ ଅଟେ । କିନ୍ତୁ ବିରୋଧକୁ ପ୍ରତିଶୋଧରେ ବଦଳାଇବା ପ୍ରଜାତନ୍ତ୍ର ପାଇଁ ଭଲ ନୁହେଁ । ଆଲୋଚନା ଏବଂ ବିଚାର ବିମର୍ଷ ଏହାର ଏକମାତ୍ର ନିରାକରଣ ବୋଲି ରବିବାର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ସମାରୋହରେ ମାନ୍ୟବର ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଯୋଗଦେଇ କହିଛନ୍ତି ।

ସେହିପରି ଏହି ସମାରୋହରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଡିଗ୍ରୀ ଓ ମେଡାଲ ପାଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି । ସେ କହିଛନ୍ତି ଅମୃତକାଳର ମହତ୍ତ୍ୱପୂର୍ଣ୍ଣ ସମୟରେ ଜାମିଆ ଭଳି ଶିକ୍ଷାନୁଷ୍ଠାନ ଦେଶର ବୌଦ୍ଧିକ ନେତୃତ୍ୱ ପ୍ରଦାନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଆଜି ବିଶ୍ୱ ଭାରତ ଉପରେ ଅନେକ ଭରସା ରଖିଛି । ଶିକ୍ଷା ଓ ଜ୍ଞାନ ବ୍ୟତିତ ବୈଶ୍ୱିକ କଲ୍ୟାଣର ଚିନ୍ତା କରାଯାଇପାରିବ ନାହିଁ । ଜାମିଆ ଜାତୀୟ ଶିକ୍ଷା ନୀତି(ଏନଇପି)ର ପରିକଳ୍ପନା ଅନୁସାରେ ବୈଶ୍ୱିକ ମାନବ ପ୍ରସ୍ତୁତ କରିବା ସହ ଓ୍ୱେଷ୍ଟର୍ଣ୍ଣ ଓ୍ୱାର୍ଲଡ୍ ଏବଂ ଗ୍ଲୋବାଲ ସାଉଥରେ ଅସମାନତା ହ୍ରାସ କରିବା ଦିଶାରେ ବି ନିଜର କର୍ତ୍ତବ୍ୟ ପାଳନ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

ସେ କହିଛନ୍ତି ଯେ ଭାରତ ଗଣତନ୍ତ୍ରର ଜନନୀ । ସାମ୍ପ୍ରତିକ ସମୟରେ ନୂଆ ମହାଶକ୍ତି ଭାବେ ଭାରତ ଦୁନିଆ ଆଗରେ ଉଭା ହେଉଛି । ମନୁଷ୍ୟ ସଭ୍ୟତାର ପ୍ରାରମ୍ଭରୁ ମାନବତା ପାଇଁ ଚିନ୍ତା କରି ଆସିଛି ।ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଣୀତ ଜାତୀୟ ଶିକ୍ଷା ନୀତି କେବଳ ଦେଶର ୧୪୦ କୋଟି ନାଗରିକଙ୍କ ବୌଦ୍ଧିକ କ୍ଷମତାକୁ ବଢାଇବା ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ହୋଇଛି । ଶିକ୍ଷା ନୀତିକୁ କେବଳ କ୍ରିୟାନ୍ୱୟନ କରିବା ନୁହେଁ ବରଂ ତାହାକୁ ଅନୁଭବ ମଧ୍ୟ କରିବା ଦରକାର ।ବିଶ୍ୱର ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଜାମିଆ ଶିକ୍ଷାନୁଷ୍ଠାନକୁ ଅତ୍ୟାଧୁନିକ ରିସର୍ଚ୍ଚ ସେଣ୍ଟର ବନାଇବା ପାଇଁ ସମସ୍ତେ ଉଦ୍ୟମ କରିବା ଦରକାର । ଏହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମାନବତାର ସେବା କରିବା ପାଇଁ ପ୍ରତିବଦ୍ଧ ହେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *