ପୋଲିସ ପଞ୍ଝାରେ କାର୍ କାଚଭଙ୍ଗା ଲୁଟେରା, ୩ ଜଣଙ୍କୁ ବାନ୍ଧିଲା ପୋଲିସ
ପୋଲିସ କବ୍ଜାରେ କାର କାଚ ଭଙ୍ଗା ଲୁଟେରା । ଏହି ଲୁଟେରା ଗ୍ୟାଙ୍ଗର ୩ ଜଣଙ୍କୁ କାବୁ କରି ପଚରାଉଚରା କରୁଛି ପୋଲିସ । ଏହାସହ ଲୁଟ୍ ସାମଗ୍ରୀ ମଧ୍ୟ ଜବତ କରିଛି କମିଶନରେଟ୍ ପୋଲିସ । ଖବର ଅନୁଯାୟୀ, ଖାରବେଳନଗର, ରସୁଲଗଡ଼, ସହିଦନଗର ଓ କ୍ୟାପିଟାଲ ଥାନା ଅଞ୍ଚଳରେ କାଚ ଭାଙ୍ଗି ଲୁଟୁଥିଲେ ସାମଗ୍ରୀ । ଏମିତିକି କିଛି ଦିନ ତଳେ ପୁରୁଣା ବସ୍ଷ୍ଟାଣ୍ଡରେ କାଚ ଭାଙ୍ଗି ଟଙ୍କା ଓ ସୁନା ଲୁଟିଥିଲେ । ଯାହାର ଅଭିଯୋଗ ପରେ ପୋଲିସର ଚିନ୍ତା ବଢିଥିଲା । ଏହି ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ପୋଲିସ । ଏହିକ୍ରମରେ କମିଶନରେଟ୍ ପୋଲିସ ୩ ଜଣ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ କିଛି ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ |ଅନ୍ୟପଟେ ଗିରଫ ଲୁଟେରାଙ୍କୁ ଜେରା କରୁଛି ପୋଲିସ । ଏମାନଙ୍କ ସହିତ ଆଉ କେତେ ଜଣ ଏହି ଗ୍ୟାଙ୍ଗରେ ସାମିଲ ଅଛନ୍ତି । ସେମାନଙ୍କୁ କାବୁ କରିବା ପାଇଁ ବିଭିନ୍ନ ସ୍ଥାନରେ ମଧ୍ୟ ଚଢାଉ ଜାରି ରଖିଛି କମିଶନରେଟ୍ ପୋଲିସ ।
