ବୃନ୍ଦାବନର ପ୍ରସିଦ୍ଧ ବାଙ୍କେବିହାରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଗୁ ହେଲା ଡ୍ରେସ କୋଡ୍
ବୃନ୍ଦାବନର ପ୍ରସିଦ୍ଧ ବାଙ୍କେବିହାରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଗୁ ହେଲା ଡ୍ରେସ କୋଡ୍ । ତେବେ ମନ୍ଦିରର ପବିତ୍ରତା ଏବଂ ଗାରିମା ରଖିବା ପାଇଁ ମନ୍ଦିର ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । ମନ୍ଦିର ପ୍ରଶାସନ କହିବା ମୁତାବକ, କିଛି ଲୋକ ମନ୍ଦିରକୁ ଏଭଳି ପୋଷାକ ପିନ୍ଧି ଆସୁଛନ୍ତି, ଯାହା ଧାର୍ମିକ ବାତାବରଣକୁ କ୍ଷୂର୍ଣ୍ଣ କରୁଛି । ଏହାକୁ ଧ୍ୟାନରେ ରଖି ଚିରାପଟା ଜିନ୍ସ, ମିନି ସ୍କର୍ଟ, ସ୍ଲିଭଲେସ ଟପ୍ ଏବଂ ଉତ୍ତେଜିତ କରୁଥିବା ଟି ଯାର୍ଟ ପିନ୍ଧିବାକୁ ବାରଣ କରାଯାଇଛି । ଶ୍ରଦ୍ଧାଳୁ ପାରମ୍ପରିକ ଏବଂ ଶାଳୀନତା କପଡା ପିନ୍ଧି ଆସିବାକୁ ପରାମର୍ଶ ଦିଆଯାଇଛି । ମହିଳାମାନେ ଶାଢୀ କିମ୍ବା ସାଲୱାର ଏବଂ ପୁରୁଷମାନେ କୁର୍ତ୍ତା ପାଇଜାମା କିମ୍ବା ଧୋତି ପିନ୍ଧିବାକୁ କୁହାଯାଇଛି ।ମନ୍ଦିର ପ୍ରଶାସନ ଚମଡା ବେଲ୍ଟ ନ ପିନ୍ଧି ଆସିବାକୁ ମଧ୍ୟ ଅପିଲ କରାଯାଇଛି ।

