ପାଣିପାଗ ବିଭାଗର ବଡ଼ ଚେତାବନୀ
୨୦୨୫ରେ ପ୍ରଚଣ୍ଡ ତାତିର ସାମନା କରିବେ ଦେଶବାସୀ । ଉତ୍ତର-ପଶ୍ଚିମ ଭାରତରେ ଦ୍ୱିଗୁଣିତ ଗ୍ରୀଷ୍ମ ପ୍ରବାହର ସମ୍ଭାବନା । ଚଳିତ ଗ୍ରୀଷ୍ମଋତୁରେ ‘ଡବଲ ହିଟ୍ ୱେଭ୍’ ଭଳି ପରିସ୍ଥିତିର ସାମନା କରିବେ । ଏନେଇ ସତର୍କ କରାଇଛି ଆଇଏମଡି । ପୂର୍ବ ବର୍ଷ, ତୁଳନାରେ ଚଳିତ ବର୍ଷ ଅଧିକ ଗ୍ରୀଷ୍ମ ଲହରୀ ପ୍ରବାହ ହେବ । ଏପରିକି ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ହୋଇପାରେ । ସାଧାରଣତଃ ଗ୍ରୀଷ୍ମପ୍ରବାହ ମାତ୍ର ୫ ରୁ ୬ ଦିନ ପାଇଁ ରହିଥାଏ । ପଶ୍ଚିମ ଏବଂ ମଧ୍ୟ ଭାରତରେ ଅଧିକ ଗରମ ହେବ ବୋଲି ଆଇଏମଡି କହିଛି । ଆଇଏମଡି ବୈଜ୍ଞାନିକ ସୋମା ସେନ ରୟ ଏନେଇ ସୂଚନା ଦେଇଛନ୍ତି ।
