ଜିଲ୍ଲା

ରାଜ୍ୟର ୨୩ ଜିଲ୍ଲାରେ କମୁଛି ଭୂତଳ ଜଳସ୍ତର

Spread the love

ବାଲେଶ୍ଵର, ଭଦ୍ରକ, କଟକ, କେନ୍ଦ୍ରାପଡା, ମାଲକାନଗିରି, ନୂଆପଡା, ସମ୍ବଲପୁରକୁ ଛାଡ଼ି ଦେଲେ ବାକି ସମସ୍ତ ଜିଲ୍ଲାରେ କମିବାରେ ଲାଗିଛି ଭୂତଳ ଜଳସ୍ତର।ମୁଖ୍ୟମନ୍ତ୍ରୀ  ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ।ଭୂତଳ ଜଳସ୍ତର ବୃଦ୍ଧି ପାଇଁ ଛାତ ଏବଂ ଅରୁଆ ନାମକ ଦୁଇଟି ଯୋଜନା  କରାଯାଉଛି କାର୍ଯ୍ୟକାରୀ। ଛାତ ଯୋଜନା ମାଧ୍ୟମରେ ରାଜ୍ୟରେ ୨୭ ଟି ସହରାଞ୍ଚଳ ଏବଂ ୫୨ ଟି ବ୍ଲକରେ ୨୯୫୦୦ଟି ବେସରକାରୀ ଓ ୧୯୨୫ ଚି ସରକାରୀ କୋଠାରେ ବର୍ଷାଜଳର ସଂରକ୍ଷଣ ଯୋଜନା କରାଯାଇଛି । ସେହିପରି ଅରୁଆ ଯୋଜନାରେ ୨୪୦୦ ଟି ରିଚାର୍ଜ ସାଫ୍ଟ ମାଧ୍ୟମରେ ବର୍ଷା ଜଳର ସଂରକ୍ଷଣ ନିମିତ୍ତ ପଦକ୍ଷେପ ନିଆଯାଇଛି । ସେହିପରି ବିଭିନ୍ନ ନଦୀମାନଙ୍କେ ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ଓ ବିଭିନ୍ନ ପ୍ରାକୃତିତ ନାଳ ଗୁଡ଼ିକରେ ଆଡ଼ିବନ୍ଧ ତିଆରି କରି ଭୂତଳ ଜଳସ୍ତର ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *