ପଟ୍ଟାମୁଣ୍ଡାଇ ବ୍ଳକ ନିମପୁର ଶାସନ ଗାଁରୁ ଧରାପଡ଼ିଲେ ପିଲାଚୋର
ସୋମବାର ପଟ୍ଟାମୁଣ୍ଡାଇ ବ୍ଳକ ଶାସନ ଛକରେ ଜଣେ ମହିଳା ଓ ଜଣେ ପୁରୁଷ ଏକ ମୋଟରସାଇକେଲରେ ଗାଁକୁ ପ୍ଲାଷ୍ଟିକ ଡବା ବିକ୍ରି କରିବାକୁ ଆସିଥିଲେ। ନିମପୁର ଶାସନ ଗ୍ରାମର ଅରୁଣ ମଳିକଙ୍କ ୭ ବର୍ଷର ପୁଅ ସାଇଙ୍କୁ ଡବାରେ ପୁରାଇ ନେଉଥିବା ବେଳେ ଅନ୍ୟ ଏକ ପିଲା ଦେଖି ପାଟି କରିଥିଲା। ଫଳରେ ଗ୍ରାମବାସୀମାନେ ୨ ଜଣଙ୍କୁ ଅଟକାଇ ନିର୍ଧୁମ ପିଟି ପଞ୍ଚାୟତ ଗୃହରେ ଅଟକ ରଖିଥିଲେ। ଘଟଣା ସ୍ଥଳରୁ ସ୍ଥାନୀୟ ଲୋକେ ଶିଶୁଟିକୁ ଉଦ୍ଧାର କରିଥିଲେ। ଖବର ପାଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ୨ ଅଭିଯୁକ୍ତଙ୍କୁ ନେବାବେଳେ ଗ୍ରାମବାସୀମାନେ ପୋଲିସ ଗାଡିକୁ ଆକ୍ରମଣ କରିଥିଲେ। ତେବେ ପୋଲିସ ୨ ଅଭିଯୁକ୍ତଙ୍କୁ ନିଜ ହେପାଜତରେ ରଖି ତଦନ୍ତ ଜାରି ରଖିଛି।
