ଲିଙ୍ଗରାଜ ବିବାଦକୁ ନେଇ ଆଇନ ମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ଆଇନ ମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି | ଏଥିରେ ଦେବୋତ୍ତର କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ, ଆଇନ ବିଭାଗ ସଚିବ ପ୍ରମୁଖ ଉପସ୍ଥିତ ଅଛନ୍ତି | ସୋମବାର ରାତିରୁ ମହାପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଭୋଗ ଲାଗିନାହିଁ । ମନ୍ଦିର ପ୍ରଶାସନ ପ୍ରତି ଥର ଭଳି ଏଥର ମଧ୍ୟ ତାଳିପକା ସମାଧାନ ଉଦ୍ୟମ କରିଥିଲେ କିନ୍ତୁ କୌଣସି ସୁଫଳ ମିଳିନି । ମଙ୍ଗଳବାର ରାତିଯାଏଁ କୌଣସି ନିଷ୍କର୍ଷ ବାହାରିପାରିନଥିବା ବେଳେ ଦୁଇ ଦିନ ହେଲା ଠାକୁରଙ୍କୁ ଉପାସ ରହିବାକୁ ପଡ଼ିଛି । ଆଉ ଆଜି ଏହାର ସମାଧାନ ପାଇଁ ଆଇନ ବିଭାଗ ଅଂଟା ଭିଡିଛି | ଆଇନ ମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି |ଗତକାଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ପ୍ରସାଦ ମହାନ୍ତି ଦିନ ୧୧ଟାରେ ମନ୍ଦିର କାର୍ଯ୍ୟାଳୟରେ ସବୁ ନିଯୋଗର ସଭାପତି, ସମ୍ପାଦକ, ପାଳିଆ ସେବାୟତଙ୍କୁ ଡକାଇ ଆଲୋଚନା କରିଥିଲେ। ତେବେ କିଛି ସୁଫଳ ମିଳି ନଥିଲା। ଏଭଳି ଭାବେ ଗତକାଲି ସହ ଆଜି ମଧ୍ୟ ନୀତି ବନ୍ଦ ରହିଛି |

