ଦେଶ ବିଦେଶ

ଆଇଏମ୍‌ଡି ପ୍ରତିଷ୍ଠା ଦିବସ

Spread the love

ଅତ୍ୟାଧୁନିକ ପାଣିପାଗ ନିରୀକ୍ଷଣ ଜ୍ଞାନକୌଶଳ ଓ ପ୍ରଣାଳୀ ବିକାଶ, ହାଇ-ରିଜଲ୍ୟୁସନ୍ ବାୟୁମଣ୍ଡଳୀୟ ପର୍ଯ୍ୟବେକ୍ଷଣ ତଥା ପରବର୍ତ୍ତୀ ପିଢ଼ିର ରାଡାର ଓ ଉପଗ୍ରହ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ‘ମିସନ ମୌସମ’ର ଶୁଭାରମ୍ଭ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ୧୫୦ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ମୋଦୀ କହିଛନ୍ତି ଯେ ଅର୍ଥନୈତିକ ସ୍ଥିରତା ଓ ନିବେଶକଙ୍କ ବିଶ୍ୱାସ ବୃଦ୍ଧି ପାଇଁ ସଠିକ୍ ପାଣିପାଗ ପୂର୍ବାନୁମାନ ଜରୁରୀ। ‘ମିସନ ମୌସମ’ ଜରିଆରେ ଭାରତ ଜଳବାୟୁ ଓ ପାଣିପାଗ ପାଇଁ ନିଜକୁ ସର୍ବଦା ପ୍ରସ୍ତୁତ ରଖିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *