ଦେଶ ବିଦେଶ

ଦିଲ୍ଲୀରେ ଘନ କୁହୁଡ଼ି ହେତୁ କମିଲା ଦୃଶ୍ୟମାନତା

Spread the love

ବୁଧବାର ଦିନ ଦିଲ୍ଲୀ ଏବଂ ତା’ର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ପ୍ରବଳ ଶୀତ ଓ ଘନ କୁହୁଡ଼ି ଅନୁଭୂତ ହୋଇଛି। ଉତ୍ତର ଭାରତରେ ଶୀତଳ ଲହରୀ ତୀବ୍ର ହୋଇଥିବା ସୂଚନା ରହିଛି। ବୁଧବାର ସକାଳ ୫.୩୦ ରେ ଜାତୀୟ ରାଜଧାନୀରେ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।ଦିଲ୍ଲୀ-ଏନସିଆରର କିଛି ସ୍ଥାନରେ ଦୃଶ୍ୟମାନତା ଶୂନ୍ୟ ଥିବା ରିପୋର୍ଟ କରାଯାଇଛି। ଏଣେ କୁହୁଡ଼ି ଯୋଗୁ ଅନେକ ବିମାନ ଏବଂ ରେଳ ସେବା ପ୍ରଭାବିତ ହୋଇଛି। ସକାଳୁ ସକାଳୁ ଯାତ୍ରୀମାନେ ଘନ କୁହୁଡ଼ି ମଧ୍ୟରେ ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

Leave a Reply

Your email address will not be published. Required fields are marked *