ନୂତନ ଆତଙ୍କବାଦୀ ସଂଗଠନର ପର୍ଦ୍ଦାଫାସ
ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀ ମଙ୍ଗଳବାର ଦିନ ଏକ ନୂଆ ଆତଙ୍କବାଦୀ ସଂଗଠନର ପର୍ଦ୍ଦାଫାସ କରିଛନ୍ତି।ଅଧିକାରୀମାନେ କହିଛନ୍ତି ଯେ ଶ୍ରୀନଗର, ଗାନ୍ଦେରବାଲ୍, ବାନ୍ଦିପୋରା, କୁଲଗାମ, ବୁଦଗାମ, ଅନନ୍ତନାଗ, ଏବଂ ପୁଲୱାମା ସମେତ ଏକାଧିକ ଜିଲ୍ଲାରେ କାଉଣ୍ଟର-ଇଣ୍ଟେଲିଜେନ୍ସ ୱିଙ୍ଗ (ସିଆଇଏକ) ଏବଂ ଜମ୍ମୁ-କଶ୍ମୀର ପୁଲିସ୍ ଏକ ପ୍ରମୁଖ ଅପରେସନ୍ କରିଥିଲେ।
ପୁଲିସର ସୂଚନାନୁସାରେ, ସେମାନେ ‘ତେହେରିକ୍ ଲାବାଇକ୍ ୟା ମୁସଲିମ୍’ (ଟିଏଲ୍ଏମ୍) ନାମକ ସଂଗଠନର ପର୍ଦ୍ଦାଫାସ କରିଛନ୍ତି; ଯାହାକି ଲସ୍କର-ଏ-ତୋଏବାର ଏକ ଅଂଶ ବୋଲି ବିଶ୍ବାସ କରାଯାଉଛି।ଏହି ସଂଗଠନକୁ ‘ବାବା ହାମାସ୍’ ନାମକ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିୟନ୍ତ୍ରକ ପରିଚାଳନା କରୁଥିବା ଜଣାଯାଇଛି।
