ପୁଅ ବାହାଘରରେ ୧୦ ହଜାର କୋଟି ଦାନ କଲେ ଗୌତମ ଆଦାନୀ
ଆଦାନୀ ଗ୍ରୁପ୍ ଚେୟାରମ୍ୟାନ ଗୌତମ ଆଦାନୀଙ୍କ ସାନ ପୁଅ ଜିତ ଆଦାନୀ ଅହମଦାବାଦର ଦିବା ଶାହଙ୍କୁ ବିବାହ କରିଛନ୍ତି । ଏହି ଅବସରରେ ଗୌତମ ଆଦାନୀ ୧୦ ହଜାର କୋଟି ଟଙ୍କା ଦାନ ଦେବାକୁ ଘୋଷଣା କରିଛନ୍ତି । ହେଲଥ କେୟାର, ଏଜୁକେସନ ଏବଂ ସ୍କିଲ ଡେଭଲପମେଣ୍ଟରେ ଖର୍ଚ୍ଚ ହେବ ।ଗୌତମ ଆଦାନୀ ଲେଖିଛନ୍ତି, “ସର୍ବଶକ୍ତିମାନ ଈଶ୍ୱରଙ୍କ ଆଶୀର୍ବାଦରେ, ଜିତ ଏବଂ ଦିବା ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ମୁଁ ମୋ ଝିଅ ଦିବା ଏବଂ ଜିତ ପାଇଁ ଆପଣମାନଙ୍କ ସମସ୍ତଙ୍କଠାରୁ ସ୍ନେହ ଏବଂ ଆଶୀର୍ବାଦ କାମନା କରୁଛି।”

