ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବେ ଅତିଶୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ବରିଷ୍ଠ ନେତ୍ରୀ ଅତିଶୀ ତାଙ୍କର ଦାୟିତ୍ବ ଗ୍ରହଣ କରିବେ। ଗତକାଲି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ସାରିଛନ୍ତି। କଂଗ୍ରେସ ଶିଲା ଦୀକ୍ଷିତ୍ ଏବଂ ବିଜେପିର ସୁଷମା ସ୍ୱରାଜଙ୍କ ପରେ ସେ ହେଉଛନ୍ତି ତୃତୀୟ ମହିଳା ଓ ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ। ଗତକାଲି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ସାରିଛନ୍ତି। ତାଙ୍କ ସହ ପାଞ୍ଚଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ପୂର୍ବ ମନ୍ତ୍ରଣାଳୟର ଚାରିଜଣ ଏବଂ ଏକ ନୂତନ ଚେହେରା ତାଙ୍କ ସହ ଶପଥ ଗ୍ରହଣ କରିଛନ୍ତି।
ଦିଲ୍ଲୀ ମଦ ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ଜାମିନ ଆଦେଶ ପରେ ଅରବିନ୍ଦ କେଜ୍ରିୱାଲ ତାଙ୍କ ଇସ୍ତଫା ଘୋଷଣା କରିବା ସହ ଅତିଶୀଙ୍କ ନାମ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ତାଙ୍କର ପ୍ରଥମ ଅଭିଭାଷଣରେ ଆତିଶୀ ଆମ୍ ଆଦମୀ ପାର୍ଟି (ଆପ୍) ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ପୁଣିଥରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଫେରାଇ ଆଣିବାକୁ ଦିଲ୍ଲୀବାସୀଙ୍କୁ ଅନୁରୋଧ କରିଥିଲେ।
“ଆଜି ମୁଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛି, କିନ୍ତୁ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ନହେବା ପର୍ଯ୍ୟନ୍ତ ଏହା ଆମ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ। ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ଲୋକଙ୍କ ଜୀବନ ବଦଳାଇ ଦେଇଛନ୍ତି। ଆମ ସମସ୍ତଙ୍କୁ ବର୍ତ୍ତମାନ କେବଳ ଗୋଟିଏ କାମ କରିବାକୁ ପଡ଼ିବ। ଅରବିନ୍ଦଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଫେରାଇ ଆଣିବାକୁ ହେବ’’ ବୋଲି ଅତିଶୀ କହିଛନ୍ତି।

