ପ୍ରତ୍ୟାଶା ରାୟ ପାଇବେ ୩୨ତମ ଏକଲବ୍ୟ ପୁରସ୍କାର
ଓଡ଼ିଶାର କ୍ରୀଡ଼ାରେ ଏକ ଅନନ୍ୟ କୃତିତ୍ୱ ପାଇଁ, ଆର୍ନ୍ତଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟ ୨୦୨୪ ମସିହାର ସମ୍ମାଜନକ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।ପ୍ରତ୍ୟାଶା ରାୟ, ଏହି ଉଦୀୟମାନ ସନ୍ତରଣକାରୀ ବହୁ ଖ୍ୟାତି ସମ୍ପନ ରେକର୍ଡ ହାସଲ କରି ନିଦ୍ୱର୍ନ୍ଦରେ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆଗାମୀ ଏକଲବ୍ୟ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସେ ପୁରସ୍କାର ରାଶି ବିଗତ ୫ ଲକ୍ଷ ଟଙ୍କାରୁ ବର୍ଦ୍ଧିତ ୭ ଲକ୍ଷ ଟଙ୍କା ଓ ମାନପତ୍ରରେ ପୁରସ୍କୃତ ହେବେ।
ଚଳିତ ବର୍ଷ ଏକଲବ୍ୟ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିବା ଅବସରରେ ‘ଇମ୍ପାକ୍ଟ’ର ଟ୍ରଷ୍ଟି ତଥା ଏକଲବ୍ୟ ପୁରସ୍କାର କମିଟିର ଅଧ୍ୟକ୍ଷ ଜୟନ୍ତ ପଣ୍ଡା କହିଲେ, ଏହି ପୁରସ୍କାର ମାଧ୍ୟମରେ ରାଜ୍ୟର ଉଦୀୟମାନ କ୍ରୀଡାବିତ୍ମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ହେଉଛି ଆମର ମୂଳ ଲକ୍ଷ୍ୟ। ଫଳରେ ସେମାନେ ଅଧିକରୁ ଅଧିକ ଉନ୍ନତ କ୍ରୀଡା ପ୍ରଦର୍ଶନକରି ରାଜ୍ୟ ତଥା ଦେଶ ପାଇଁ ସୁନାମ ଅର୍ଜନ କରିପାରିବେ।
କ୍ରୀଡ଼ା ବ୍ୟତୀତ ସାହିତ୍ୟ, କଳା, ଓ ସ୍ୱାସ୍ଥ୍ୟସେବା ଆଦିକୁ ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରାଉଛି, ଯାହା ଆଗକୁ ମଧ୍ୟ ଜାରି ରହିବ। ଏକଲବ୍ୟ ପୁରସ୍କାର କମିଟିର ଆବାହକ ଶଶାଙ୍କ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

