ହକି ଏସିଆ କପରେ ଭାରତର କମାଲ୍ !
ବିହାରର ରାଜଗିରରେ ଖେଳା ଯାଉଥିବା ଏସିଆ କପ୍ ୨୦୨୫ରେ ଭାରତୀୟ ହକି ଟିମ୍ ଧମାକେଦାର ପ୍ରଦର୍ଶନ ଜାରି ରଖିଛି । ଲଗାତାର ଦ୍ଵିତୀୟ ବିଜୟ ହାସଲ କରିଛି ଆୟୋଜକ ଭାରତ । ଭାରତୀୟ ହକି ଦଳ ରୋମାଞ୍ଚକର ମ୍ୟାଚରେ ଜାପାନକୁ ୩-୨ରେ ମାତ୍ ଦେଇଛି । ଆଜିର ବିଜୟ ପରେ ଭାରତ ସେମି ଫାଇନାଲ୍ ଅଭିମୁଖେ ଆଉ ପାଦେ ଆଗେଇଛି ।
ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂ(୫ମ ମିନିଟ୍ ଓ ୪୬ତମ ମିନିଟ) ଓ ମନଦୀପ ସିଂ(୪ମ ମିନିଟ)ରେ ଗୋଲ୍ ଦେଇଥିଲେ । ଜାପାନ ନିଜର ପ୍ରଥମ ମ୍ୟାଚରେ କଜାକସ୍ତାନକୁ ୭-୦ରେ ହରାଇଥିଲା । ଅନ୍ୟପଟେ ଭାରତ ନିଜର ପ୍ରଥମ ମ୍ୟାଚରେ ଚୀନକୁ ୪-୩ରେ ହରାଇଥିଲା । ଲଗାତାର ଦ୍ଵିତୀୟ ବିଜୟ ପରେ ଆଜି ଭାରତ ନିଜର ତୃତୀୟ ମ୍ୟାଚରେ କଜାକସ୍ତାନକୁ ଭେଟିବ ।

