କ୍ରୀଡା

ଟି୨୦ ଫର୍ମାଟରୁ ସନ୍ନ୍ୟାସ ନେଲେ ମିଚେଲ ଷ୍ଟାର୍କ !

Spread the love

ଆଗାମୀ ଟି୨୦ ବିଶ୍ବକପ ପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ବଡ଼ ଝଟକା ଲାଗିଛି । ଅଷ୍ଟ୍ରେଲିଆ ଟିମର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଇଛନ୍ତି । ଏହି ବାମହାତୀ ଦ୍ରୁତ ବୋଲର ଅଷ୍ଟ୍ରେଲିଆ ପାଇଁ ୬୫ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ପରେ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟକୁ ବିଦାୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ମିଚେଲ ଷ୍ଟାର୍କ ୨୦୧୨ ମସିହାରେ ଟି-୨୦ ଆନ୍ତର୍ଜାତୀୟ ପିଚ୍ରେ ଡେବ୍ୟୁ କରିଥିଲେ । ତାଙ୍କର ଟି-୨୦ ଆନ୍ତର୍ଜାତୀୟ କ୍ୟାରିଅର ୧୩ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ସେ ଜୁନ୍ ୨୦୨୪ରେ ଭାରତ ବିପକ୍ଷରେ ତାଙ୍କର ଶେଷ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଷ୍ଟାର୍କ ଏବେ ଟେଷ୍ଟ ଏବଂ ଦିନିକିଆ ଫର୍ମାଟରେ ଧ୍ୟାନ ଦେବାକୁ ଚାହୁଁଥିଲେ । ତେଣୁ ସେ ଟି-୨୦ ଆନ୍ତର୍ଜାତୀୟରୁ ଅବସର ଘୋଷଣା କରିଛନ୍ତି। ୩୫ ବର୍ଷୀୟ ଷ୍ଟାର୍କ ୨୦୨୭ରେ ଅନୁଷ୍ଠିତ ହେବାକୁ ଥିବା ଓଡିଆଇ ବିଶ୍ୱକପ ଉପରେ ମଧ୍ୟ ନଜର ରଖିଛନ୍ତି।

ଅଷ୍ଟ୍ରେଲିଆ ଟିମ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିଥିଲା । କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ତାର ସୋସିଆଲ ମିଡିଆରେ ଷ୍ଟାର୍କଙ୍କ ଅବସର ବିଷୟରେ ସୂଚନା ଦେଇଥିଲା । ଟି-୨୦ ଅନ୍ତର୍ଜାତୀୟରେ ମିଚେଲ ଷ୍ଟାର୍କ ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଥିବା ଦ୍ରୁତ ବୋଲର ।

Leave a Reply

Your email address will not be published. Required fields are marked *