କ୍ରୀଡା

ଚେନ୍ନାଇ ଚେପକ୍‌ ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବ ଭାରତୀୟ ଟିମ୍‌

Spread the love

ଆଇସିସି ବିଶ୍ୱକପ୍‌ ୨୦୨୩ । ରବିବାରଠୁ ଭାରତୀୟ ଟିମ୍‌ ଆରମ୍ଭ କରିବ ତାର ବିଶ୍ୱକପ୍‌ ଅଭିଯାନ । ଚେନ୍ନାଇ ଚେପକ୍‌ ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବ ଭାରତୀୟ ଟିମ୍‌ । ଭାରତୀୟ ସମୟ ଅନୁସାରେ ଅପରାହ୍ନ ୨ଟାରେ ଖେଳାଯିବ ଏହି ମ୍ୟାଚ୍‌ । ବିଶ୍ୱକପ୍‌ର ଏହା ୫ମ ମ୍ୟାଚ୍‌ ।

ଚେନ୍ନାଇରେ ଆଜି ଖେଳାଯିବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ମୁକାବିଲାରେ ଲଢେଇ ଜୋରଦାରା ହେବା ଆଶା ରହିଛି । ଅଷ୍ଟ୍ରେଲିଆ ଟିମ୍‌ ପାଞ୍ଚ ଥର ବିଶ୍ୱକପ୍‌ ଟ୍ରଫି ଜିତି ଥିବା ବେଳେ ଭାରତୀୟ ଟିମ୍‌ ଦୁଇ ଥର ଚମ୍ପିଆନ୍‌ ହୋଇଛି । ତେବେ ଦେଖିବାକୁ ଗଲେ ଅଷ୍ଟ୍ରେଲିଆ ଦଳରେ ଥିବା କିଛି ଖେଳାଳି ଭାରତୀୟ ଟିମ୍‌ ପାଇଁ ଘାତକ ସାଜିପାରନ୍ତି । ଖାସ୍‌ କରି ପେସ୍‌ ବାହିନୀ । ହେଲେ ଚେନ୍ନାଇ ପିଚ୍‌ ସ୍ପିନ୍‌କୁ ସୁହାଇବ । ଯାହାଫଳରେ ଭାରତୀୟ ସ୍ପିନରମାନେ ମଧ୍ୟ କଡ଼ା ଟକ୍କର ଦେବାର ଆଶା ମଧ୍ୟ ରହିଛି ।

ସେହିପରି ଭାରତୀୟ ଟିମ୍‌ ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛନ୍ତି ଶୁଭମନ୍‌ ଗିଲ୍‌ । ପ୍ରଥମ ମ୍ୟାଚ୍‌ ପୂର୍ବରୁ ଗିଲ୍‌ଙ୍କୁ ଡେଙ୍ଗୁ ହୋଇଛି । ହେଲେ ସେ ପ୍ରଥମ ମ୍ୟାଚ୍‌ ଖେଳିବ କି ନାହିଁ । ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ଉଭୟ କୋଚ ଦ୍ରାବିଡ ଏବଂ ଅଧିନାୟକ ରୋହିତ କହିଛନ୍ତି ଯେ, ଗିଲ୍‌ଙ୍କ ଉପରେ ଡାକ୍ତରୀ ଟିମ୍‌ ଲଗାତର ଭାବେ ନଜର ରଖିଛନ୍ତି । ଯଦି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସେ ଫିଟ୍‌ ହୋଇଯାଆନ୍ତି । ତେବେ ସେ ମ୍ୟାଚ୍‌ ଖେଳିବ । ମ୍ୟାଚ୍‌ ଦିନ ହିଁ ତାଙ୍କର ପରୀକ୍ଷା କରାଯିବା । ଯଦି ସେ ଫିଟ୍‌ , ତେବେ ଖେଳିବା ସୁନିଶ୍ଚିତ ।

ସମ୍ଭାବ୍ୟ ଦଳ :

ଭାରତୀୟ – ରୋହିତ ଶର୍ମା (ଅଧିନାୟକ), ଶୁଭମନ୍‌ ଗିଲ/ଇଷାନ୍‌ କିଷାନ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍‌ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନୀ, କୁଲଦୀପ ଯାଦବ, ଜଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସିରାଜ, ମହମ୍ମଦ ସାମି, ସୂର୍ଯ୍ୟକୁମାର ଯାଦବ, ଶାର୍ଦ୍ଦୁଲ ଠାକୁର

ଅଷ୍ଟ୍ରେଲିଆ – ପ୍ୟାଟ୍‌ କମିନ୍ସ (ଅଧିନାୟକ), ଷ୍ଟିଭ୍‌ ସ୍ମିଥ୍‌, ଆଲେକ୍ସ କେରୀ, ଜୋଶ୍‌ ଇଙ୍ଗ୍ଲିସ୍‌, ସିନ୍‌ ଆବଟ, କ୍ୟାମେରୁନ୍‌ ଗ୍ରୀନ୍‌, ଜୋଷ ହେଜେଲହୁଡ୍‌, ମିଚେଲ୍‌ ମାର୍ସ, ଗ୍ଲେନ ମାକ୍ସଓ୍ୱେଲ୍‌, ମାର୍ନସ ଲାବୁସେନ୍‌, ମାର୍କସ ଷ୍ଟଇନିସ୍‌, ଡେଭିଡ୍‌ ଓ୍ୱାର୍ଣ୍ଣର, ଟ୍ରାଭିସ୍‌ ହେଡ୍‌, ଆଡମ ଜାମ୍ପା, ମିଚେଲ୍‌ ଷ୍ଟାର୍କ

Leave a Reply

Your email address will not be published. Required fields are marked *