କୋଲକାତାରେ ଆଇପିଏଲ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ଶନିବାର ଠାରୁ ବିଶ୍ୱ କ୍ରିକେଟର ସବୁଠାରୁ ମହଙ୍ଗା ଏବଂ ଅନ୍ୟତମ ଲୋକପ୍ରିୟ ଲିଗ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆରମ୍ଭ ହେବ । ଚଳିତ ସିଜିନର ପ୍ରଥମ ମ୍ୟାଚ୍ କ୍ରିକେଟର ନନ୍ଦନକାନନ ଇଡେନ୍ ଗାର୍ଡେନ୍ସରେ ରହିଛି । ସେହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ । ହାଇ ଭାଲଟେଜ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ହୋଇସାରିଛି । ସେହି ମ୍ୟାଚ୍ ଦିନରୁ ସ୍ୱତନ୍ତ୍ର ବସ୍ ସେବାର ବ୍ୟବସ୍ଥା କରାଯାଇଛି । ମ୍ୟାଚ୍ ଦେଖିବା ପରେ କ୍ରିକେଟ୍ ପ୍ରେମୀମାନେ ଯେମିତି ଘରକୁ ଫେରିବାରେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥି ପାଇଁ ସ୍ୱତନ୍ତ୍ର ମେଟ୍ରୋ ଏବଂ ଟ୍ରେନ୍ ବ୍ୟବସ୍ଥା ହୋଇସାରିଛି । ଏଥର ରାଜ୍ୟ ପରିବହନ ବିଭାଗ ମ୍ୟାଚ୍ ଦିନରେ ସ୍ୱତନ୍ତ୍ର ବସ୍ ଚଲାଇବାକୁ ନିଷ୍ପତ୍ତି ନେଇଛି । ମ୍ୟାଚ୍ ଦିନ ସହରର ବିଭିନ୍ନ ସ୍ଥାନରୁ ମୋଟ ୨୩ଟି ବସ୍ ଛାଡିବ ।

