ଚାରିଧାମ ଯାତ୍ରା ପାଇଁ ପଞ୍ଜୀକରଣ ଆରମ୍ଭ
ଉତ୍ତରାଖଣ୍ଡର ଚାରି ଧାମ ଯାତ୍ରା ଲାଗି ପଞ୍ଜୀକରଣ ଆରମ୍ଭ ହୋଇଛି । ଶ୍ରଦ୍ଧାଳୁଙ୍କ ସୁବିଧାକୁ ନଜରରେ ରଖି ଅନ୍ଲାଇନରେ ଆଧାର ସହାୟତାରେ ହେଉଛି ଏହି ପଞ୍ଜୀକରଣ । ଯାତ୍ରୀ ସୁରକ୍ଷା ଏବଂ ସାର୍ବଜନୀନ ଦର୍ଶନକୁ ନଜରରେ ରଖି ଏଭଳି କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ଉତ୍ତରାଖଣ୍ଡ ସରକାର । ଯାତ୍ରା ଲାଗି ଏହି ପଞ୍ଜୀକରଣ କରାଇବା ବାଧ୍ୟତାମୂଳକ ହୋଇଛି । ଶ୍ରଦ୍ଧାଳୁଙ୍କୁ ନିଜ ପଞ୍ଜୀକୃତ ତିଥିରେ ଦର୍ଶନ ସୁବିଧା ଉପଲବ୍ଧ ହେବ । ଏହା ସହ ଧାମ ଗୁଡ଼ିକରେ ଟୋକନ ସହ ଦର୍ଶନ ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା ଯାତ୍ରୀ ସୁଲଭ ଦର୍ଶନର ଲାଭ ନେଇ ପାରିବେ । ବିନା ପଞ୍ଜୀକରଣରେ ଯାତ୍ରା ନ କରିବାକୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି ।

