ଜାତୀୟ

ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ କଲା ପୋଲିସ

Spread the love

୯୫ କେଜିର  ଜବତ କରିଛି ଡ୍ରଗ୍ସ।ରିପୋର୍ଟ ଅନୁସାରେ, ତିହାର ଜେଲର ୱାର୍ଡେନ ନୋଏଡାର ଗୌତମ ବୁଦ୍ଧ ନଗରରେ ଏକ ମେଥ୍ ଲ୍ୟାବ୍ ଚଳାଇଥିଲେ। ଅର୍ଥାତ୍ ମେଥାମଫେଟାମିନ ଡ୍ରଗ୍ ଲ୍ୟାବ୍। ଏହି ଲ୍ୟାବକୁ ସେ ମୁମ୍ବାଇର ଜଣେ କେମିଷ୍ଟଙ୍କ ସହଯୋଗରେ ପରିଚାଳିତ କରୁଥିଲେ। ସେମାନଙ୍କ ସହ ଦିଲ୍ଲୀର ଜଣେ ବ୍ୟବସାୟୀ ମଧ୍ୟ ସାମିଲ ଥିଲେ। ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ  ଅକ୍ଟୋବର ୨୫ରେ ଏହି ଲ୍ୟାବ୍ ଉପରେ ଚଢାଉ କରି ୯୫ କେଜିର ମେଥାମଫେଟାମିନ ଡ୍ରଗ୍ସ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା।ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଦିଲ୍ଲୀର ଜଣେ ବ୍ୟବସାୟୀ ମଧ୍ୟ ଅଛନ୍ତି। ଉକ୍ତ ବ୍ୟକ୍ତିଙ୍କୁ ପୂର୍ବରୁ ଆୟକର ବିଭାଗ ନିଶା କାରବାର ମାମଲାରେ ଅଟକ ରଖି ପଚରା ଉଚରା କରିଥିଲା। ସେ ଏହି ଡ୍ରଗ୍ ଲ୍ୟାବ୍ ପରିଚାଳନା ମାମଲାରେ ତିହାର ଜେଲ୍ ୱାର୍ଡେନଙ୍କ ସମ୍ପୃକ୍ତି ଥିବା କହିଥିଲେ।

Leave a Reply

Your email address will not be published. Required fields are marked *