ପୁଣି ବ୍ୟାପିଲାଣି କରୋନା; ସତର୍କ ରହିବାକୁ ପରାମର୍ଶ
ପୁଣି ଦେଶରେ ପ୍ରତିଦିନ ବଢୁଛି କରୋନା ଲହର। କେରଳ, ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ପୁଡୁଚେରୀ, ରାଜସ୍ଥାନ, ହରିୟାଣା, ଦିଲ୍ଲୀ ଭଳି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମାଡିଲାଣି କରୋନା ।ସର୍ବାଧିକ କେରଳରୁ ୧୮୨, ଦ୍ବିତୀୟରେ ତାମିଲନାଡରୁ ୬୬ ଏବଂ ତୃତୀୟରେ ମହାରାଷ୍ଟ୍ରରୁ ୫୬ ରୋଗୀ ଚିହ୍ନଟ ହେଲେଣି। ଓଡ଼ିଶା ମଧ୍ୟ ବାଦ ପଡିନି । ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ଚଳିତ ବର୍ଷର ରାଜ୍ୟର ପ୍ରଥମ କୋଭିଡ୍ ପଜିଟିଭ୍।କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ କହୁଛି, ଚଳିତ ମାସ ୧୨ ତାରିଖଠାରୁ ୧୯ ତାରିଖ ମଧ୍ୟରେ ସପ୍ତାହକ ମଧ୍ୟରେ ଦେଶରେ ୨୫୭ ଜଣ ସକ୍ରିୟ କୋଭିଡ୍ ରୋଗୀ ରହିଛନ୍ତି। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଏହା ହେଉଛି ମହାମାରୀ ପରବର୍ତ୍ତୀ ଲହର। କୋଭିଡ୍ ଲକ୍ଷଣ ଦେଖାଦେଲେ ମେଡିସିନ୍ ଖାଇଲେ ଭଲ ହୋଇଯିବେ। କିନ୍ତୁ ବହୁବିଧ ରୋଗୀ, ଗର୍ଭବତୀ, ଛୋଟ ପିଲା ଓ ବୟସ୍କ ବ୍ୟକ୍ତି ସତର୍କ ରହିବା ଉଚିତ୍।
ଅନ୍ୟପକ୍ଷରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କହିଛି, କୋଭିଡକୁ ନେଇ ସଂପୂର୍ଣ୍ଣ ସଜାଗ ଅଛୁ। ନିୟନ୍ତ୍ରଣ ଭିତରେ ରହିଛି ପରିସ୍ଥିତି। ଭୟଭୀତ ହେବାର କୌଣସି କାରଣ ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ୍ ନେଇ କୌଣସି ନୂଆ ନିର୍ଦ୍ଦେଶନାମା ଜାରି ହୋଇନାହିଁ।

