ପୁଣି ମୁମ୍ବାଇ ବିମାନ ବନ୍ଦରକୁ ଉଡ଼ାଇବାକୁ ଧମକ
ବୋମା ଲଗାଇ ଉଡ଼ାଇ ଦେବୁ ବିମାନ ବନ୍ଦର । ମୁମ୍ବାଇ ଡୋମେଷ୍ଟିକ୍ ଏୟାପୋର୍ଟର ସିଆଇଏସ୍ଏଫ୍ କଣ୍ଟ୍ରୋଲ ରୁମ୍କୁ ଏଭଳିି ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଛି । ମହମ୍ମଦ ନାମକ ଜଣେ ବ୍ୟକ୍ତି ମୁମ୍ବାଇରୁ ଆଜେରବାଇଜାନକୁ ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା ଧମକରେ କେହି ଜଣେ ବ୍ୟକ୍ତି କହିଛନ୍ତି । ଏହାକୁ ନେଇ ଏବେ ହଇଚଇ ସୃଷ୍ଟି ହୋଇଛି । ସେପଟେ ଧମକ ମିଳିବା ପରେ ତୁରନ୍ତ ଆକ୍ସନ ମୁଡ୍କୁ ଆସିଛି ସିଆଇଏସ୍ଏଫ୍ ଟିମ୍ । ଏହାପରେ ପୁଲିସର ଏକ ଟିମ୍ ବିମାନବନ୍ଦରରେ ନିୟୋଜିତ କରାଯାଇଛି । ବିମାନ ବନ୍ଦରର ତନ୍ନ ତନ୍ନ କରି ଯାଞ୍ଚ ଚାଲିଛି । ବୁଧବାର ହଠାତ୍ ମଧ୍ୟାହ୍ନ ପ୍ରାୟ ୩ଟା ସମୟରେ ଏହି ଧମକପୂର୍ଣ୍ଣ କଲ୍ ଆସିଥିଲା । ଯାହା ପରେ ଅଧିକାରୀମାନେ ଏହି ଫୋନ୍ କଲ୍ର ଯାଞ୍ଚ ଆରମ୍ଭ କରିଥିଲେ । କିଏ ଏହି ଧମକପୂର୍ଣ୍ଣ ଫୋନ୍ କଲ୍ କରିଥିଲା ସେନେଇ ତଦନ୍ତ ଚାଲିଛି ।
