ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୬ ଦିନିଆ ସିଙ୍ଗାପୁର ଗସ୍ତ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ୬ ଦିନିଆ ସିଙ୍ଗାପୁର ଗସ୍ତରେ ବାହାରିଛନ୍ତି। ଉତ୍କର୍ଷ ଓଡିଶା ପାଇଁ ପୁଞ୍ଜି ନିବେଶ କରିବା ନିବେଶକୁ ଆହ୍ୱାନ କରିବେ | ଏଥିପାଇଁ ୬ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ପ୍ରତିନିଧି ମଣ୍ଡଳୀ ।ସିଙ୍ଗାପୁର ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ମୁଁ ସିଙ୍ଗାପୁର ଗସ୍ତରେ ଯାଉଛି ।ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି,ବ୍ୟବସାୟ ପାଇଁ ଶିଳ୍ପପତିଙ୍କ ପ୍ରଥମ ପସନ୍ଦ ହେବ ଓଡ଼ିଶା। ଓଡ଼ିଶାର ପ୍ରାକୃତିକ ଓ ମାନବ ସମ୍ବଳ ଆଦି ବିଷୟରେ ସିଙ୍ଗାପୁରର ଶିଳ୍ପପତିମାନଙ୍କ ସହ ଆଲୋଚନା ହେବ। ଏହାଛଡ଼ା ବରିଷ୍ଠ ଶିଳ୍ପପତିମାନଙ୍କୁ ପୁଞ୍ଜି ନିବେଶ ଓ ନିଯୁକ୍ତି ସୃଷ୍ଟି ପାଇଁ ଆମେ ନିମନ୍ତ୍ରଣ କରିବୁ।
