ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ନୂଆ ରୂପ
ନୂଆ ରୂପରେ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ । ତେଜସ ରେକ୍ସ ସହ ଗଡ଼ିବ ଟ୍ରେନ୍ । ଭୁବନେଶ୍ୱର ଷ୍ଟେସନରେ ଶୁଭାରମ୍ଭ କରିବେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଯାତ୍ରୀ ପାଇବେ ବିଳାସପୂର୍ଣ୍ଣ ସହ ସୁରକ୍ଷିତ ଯାତ୍ରା ସୁବିଧା । ତେଜସ ରେକ୍ସରେ ରହିଛି ଅତ୍ୟାଧୁନିକ ସୁବିଧା । ବିଶ୍ୱସ୍ତରୀୟ ସୁବିଧା ଦେବାକୁ ଏଥିରେ ରହିଛି ସ୍ମାର୍ଟ ସ୍ଲିପର କୋଚ୍ ।
ସ୍ୱୟଂକୃତ, ଏକକ ନିୟନ୍ତ୍ରିତ ପ୍ରବେଶ ଦ୍ୱାର ରହିଛି । ମୁଖ୍ୟ ପ୍ରବେଶ ଦ୍ୱାର ବନ୍ଦ ନହେବା ଯାଏଁ ଗଡ଼ିବନି ଟ୍ରେନ୍ । ପ୍ରତି କୋଚରେ ୬ଟି ଲେଖାଏଁ କ୍ୟାମେରା ଲାଗିଛି । ସବୁ କ୍ୟାମେରାରେ ୨୪ ଘଣ୍ଟିଆ ଲାଇଭ୍ ରେକର୍ଡିଂ । GSM ନେଟୱର୍କ ସଂଯୋଗୀକୃତ ଯାତ୍ରୀ ସୂଚନା ବ୍ୟବସ୍ଥା ରହିଛି । କୋଚ୍ କମ୍ପ୍ୟୁଟିଂ ୟୁନିଟ୍ ବା PICCUରେ ଡାଟା ରେକର୍ଡ ହେବ ।

