ଜମ୍ମୁ କଶ୍ମୀରରେ ୧୬ ଜଣଙ୍କ ସନ୍ଦେହଜନକ ମୃତ୍ୟୁ
ଜମ୍ମୁ କଶ୍ମୀର ରାଜୌରୀ ଜିଲ୍ଲାର ବୁଧାଲ ଗ୍ରାମରେ ୧୬ ଜଣଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ଗତବର୍ଷ ଡିସେମ୍ବର ମାସରୁ ୩ଟି ପରିବାରର ୧୬ ଜଣଙ୍କର ମୃତ୍ୟୁ ହେଲାଣି ଏବଂ ଗତ ରବିବାରରୁ ଆଜି ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହେଲାଣି। ମାମଲା ଅତ୍ୟନ୍ତ ଚିନ୍ତାଜନକ ହୋଇଥିବାରୁ କର୍ତ୍ତୃପକ୍ଷ ପ୍ରଭାବିତ ପରିବାରର ୩ଟି ଘରକୁ ସିଲ୍ କରିଛନ୍ତି ଏବଂ ସେମାନଙ୍କର ୨୧ ଜଣ ଘନିଷ୍ଠ ସମ୍ପର୍କୀୟଙ୍କୁ ସରକାରୀ ବ୍ୟବସ୍ଥାରେ ରଖାଯାଇଛି। ଏହାଦ୍ବାରା ସେମାନଙ୍କୁ କଡ଼ା ନଜରରେ ରଖାଯାଇପାରିବ।

