୧୦ ବର୍ଷ ପରେ ଇଂଲଣ୍ଡକୁ ୮ ୱିକେଟ୍ରେ ପରାସ୍ତ କଲା ଶ୍ରୀଲଙ୍କା |
ଇଂଲଣ୍ଡ ଗସ୍ତରେ ଶ୍ରୀଲଙ୍କା ପ୍ରଥମ ବିଜୟ ହାସଲ କରିଛି। ତୃତୀୟ ତଥା ଶେଷ ଟେଷ୍ଟ୍କୁ ୮ ୱିକେଟ୍ରେ ଜିତି ତିନି ଟିକିଆ ଶୃଙ୍ଖଳାରେ ପରାଜୟ ବ୍ୟବଧାନକୁ ୨-୧କୁ କମାଇବା ସହ ମୂଳପୋଛ ପରାଜୟ ଲଜ୍ଜାରୁ ବର୍ତ୍ତିଯାଇଛି। ଓପନର ପଥୁମ ନିଶଙ୍କ ଇଂଲଣ୍ଡକୁ ନିଜ ଔଷଧର ମଜା ଚଖାଇଛନ୍ତି। ସେ ୧୨୪ ବଲ୍ରୁ ୧୩ ଚୌକା ଓ ୨ ଛକା ବଳରେ ୧୨୭* ରନ୍ର ଶତକୀୟ ପାଳି ଖେଳି ଶ୍ରୀଲଙ୍କାକୁ ଏହି ସାନ୍ତ୍ବନାମୂଳକ ବିଜୟ ଉପହାର ଦେଇଛନ୍ତି। ନିଶଙ୍କ ଓ ପୁରୁ୍ଖା ବ୍ୟାଟର୍ ଆଞ୍ଜେଲୋ ମାଥ୍ୟୁସ ଅବିଭାଜିତ ତୃତୀୟ ୱିକେଟ୍ରେ ୧୧୧ ରନ୍ ଯୋଡ଼ିବା ପରେ ଶ୍ରୀଲଙ୍କା ସୋମବାର ଚତୁର୍ଥ ଦିବସ ମଧ୍ୟାହ୍ନ ଭୋଜନ ପୂର୍ବରୁ ବିଜୟର ମିଠାମିଠା ସ୍ବାଦ ଚାଖିଥିଲା। ଗତ ଦଶ ବର୍ଷ ମଧ୍ୟରେ ଇଂଲଣ୍ଡ ମାଟିରେ ଶ୍ରୀଲଙ୍କାର ପ୍ରଥମ ଏବଂ ମୋଟ ଉପରେ ଚତୁର୍ଥ ଟେଷ୍ଟ୍ ବିଜୟ।
ଅନ୍ୟପକ୍ଷରେ ଅଚାନକ ବ୍ୟାଟିଂ ବିଫଳତାର ସମ୍ମୁଖୀନ ହୋଇ ଇଂଲଣ୍ଡ ଘରୋଇ ମାଟିରେ ଲଗାତାର ମୂଳପୋଛ ଶୃଙ୍ଖଳା ବିଜୟ ହାସଲ କରିବାରୁ ବଞ୍ଚିତ ହୋଇଥିଲା। ଏହା ପୂର୍ବରୁ ଗତ ଜୁଲାଇ ମାସରେ ଇଂଲଣ୍ଡ ତା’ ଘରୋଇ ମାଟିରେ ୱେଷ୍ଟଇଣ୍ଡିଜ୍କୁ ୩-୦ରେ ମୂଳପୋଛ କରିଥିଲା। ପ୍ରଥମ ପାଳିରେ ୬୪ ଏବଂ ଦ୍ବିତୀୟରେ ୧୨୭ ରନ୍ କରିଥିବା ନିଶଙ୍କ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ୍ (୩୭୫ ରନ୍, ୧ ୱିକେଟ୍) ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।
ଇଂଲଣ୍ଡ ଗସ୍ତରେ ଶ୍ରୀଲଙ୍କା ପ୍ରଥମ ବିଜୟ ହାସଲ କରିଛି। ତୃତୀୟ ତଥା ଶେଷ ଟେଷ୍ଟ୍କୁ ୮ ୱିକେଟ୍ରେ ଜିତି ତିନି ଟିକିଆ ଶୃଙ୍ଖଳାରେ ପରାଜୟ ବ୍ୟବଧାନକୁ ୨-୧କୁ କମାଇବା ସହ ମୂଳପୋଛ ପରାଜୟ ଲଜ୍ଜାରୁ ବର୍ତ୍ତିଯାଇଛି। ଓପନର ପଥୁମ ନିଶଙ୍କ ଇଂଲଣ୍ଡକୁ ନିଜ ଔଷଧର ମଜା ଚଖାଇଛନ୍ତି। ସେ ୧୨୪ ବଲ୍ରୁ ୧୩ ଚୌକା ଓ ୨ ଛକା ବଳରେ ୧୨୭* ରନ୍ର ଶତକୀୟ ପାଳି ଖେଳି ଶ୍ରୀଲଙ୍କାକୁ ଏହି ସାନ୍ତ୍ବନାମୂଳକ ବିଜୟ ଉପହାର ଦେଇଛନ୍ତି।
ନିଶଙ୍କ ଓ ପୁରୁ୍ଖା ବ୍ୟାଟର୍ ଆଞ୍ଜେଲୋ ମାଥ୍ୟୁସ ଅବିଭାଜିତ ତୃତୀୟ ୱିକେଟ୍ରେ ୧୧୧ ରନ୍ ଯୋଡ଼ିବା ପରେ ଶ୍ରୀଲଙ୍କା ସୋମବାର ଚତୁର୍ଥ ଦିବସ ମଧ୍ୟାହ୍ନ ଭୋଜନ ପୂର୍ବରୁ ବିଜୟର ସ୍ବାଦ ଚାଖିଥିଲା। ଗତ ଦଶ ବର୍ଷ ମଧ୍ୟରେ ଏହା ଇଂଲଣ୍ଡ ମାଟିରେ ଶ୍ରୀଲଙ୍କାର ପ୍ରଥମ ଏବଂ ମୋଟ ଉପରେ ଚତୁର୍ଥ ଟେଷ୍ଟ୍ ବିଜୟ।

