କ୍ରୀଡା

ନିର୍ବନ୍ଧ କଲେ ଷ୍ଟାର୍ କ୍ରିକେଟର ରିଙ୍କୁ ସିଂ

Spread the love

ଭାରତୀୟ ଟିମର ଯୁବ କ୍ରିକେଟର ରିଙ୍କୁ ସିଂଙ୍କର ପ୍ରିୟା ସରୋଜଙ୍କ ସହ ନିର୍ବନ୍ଧ ହୋଇଛି । ପ୍ରିୟା ସମାଜବାଦୀ ପାର୍ଟିର ସାଂସଦ । ଗତକାଲି ଉଭୟଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ଏବେ ରିଙ୍କୁ ଓ ପ୍ରିୟା ବହୁତ ଜଲଦି ବିବାହ ବନ୍ଧନରେ ବାନ୍ଧି ହେବେ ।

ପ୍ରିୟା ସରୋଜଙ୍କ ବାପା ତୁଫାନୀ ସରୋଜ ଜାନୁୟାରୀ ୧୬ରେ ଅଲିଗଡ଼ ଆସିଥିଲେ । ଅଲିଗଡ଼ ଓଜୋନ ସିଟିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଠାରେ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ନିର୍ବନ୍ଧ ସମ୍ପନ୍ନ ହୋଇଛି ।

୨୬ ବର୍ଷୀୟା ପ୍ରିୟା ସରୋଜ ୨୦୨୪ ଲୋକସଭା ନିର୍ବାଚନରେ ମଛଲିସହର ଆସନରୁ ସମାଜବାଦୀ ପାର୍ଟି ଟିକେଟରେ ଲଢ଼ି ବିଜୟ ହାସଲ କରିଥିଲେ । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୩୫୮୫୦ ଭୋଟରେ ପରାସ୍ତ କରିଥିଲେ । ୧୯୯୮ ନଭେମ୍ବର ୨୩ରେ ଜନ୍ମିତ ପ୍ରିୟା ଦିଲ୍ଲୀସ୍ଥିତ ଏୟାରଫୋର୍ସ ଗୋଲ୍ଡେନ ଜୁବଲି ଇନଷ୍ଟିଚ୍ୟୁଟରୁ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ କରିବା ପରେ ନୋଏଡାରେ ଏଲଏଲବି ଡିଗ୍ରୀ ହାସଲ କରିଥିଲେ ।

Leave a Reply

Your email address will not be published. Required fields are marked *