କ୍ରୀଡା

ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ

Spread the love

ଚାମ୍ପିଅନ୍ସ ଟ୍ରଫି ଜିତିଲା ଭାରତ । ଝୁମିଲେ କ୍ରିକେଚ ଫ୍ୟାନ । ୨୫ ବର୍ଷର ପ୍ରତିଶୋଧ ନେଲା । ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇଲା ଟିମ ଇଣ୍ଡିଆ । ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇବା ସହ ପୂରା ଟୁର୍ଣ୍ଣାମେଣ୍ଟରେ ରୋହିତ ବାହିନୀ ଅପରାଜେୟ ରହିବାର କୀର୍ତ୍ତିମାନ ହାସଲ କରିଛି । ଏଥିସହ ଭାରତ ତୃତୀୟ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ଚାମ୍ପିଅନ ହୋଇଛି ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ସବୁ ଖେଳାଳିଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

Leave a Reply

Your email address will not be published. Required fields are marked *