ହ୍ୱାଇଟ୍ ହାଉସ୍ ବାହାରେ ଗୁଳିମାଡ଼
ଵାସିଂଟନ୍ ଡିସି ସ୍ଥିତ ହ୍ୱାଇଟ୍ ହାଉସ୍ ବାହାରେ ଗୁଳିକାଣ୍ଡର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଆମେରିକାର ସିକ୍ରେଟ୍ ସର୍ଭିସ ଜଣେ ସଶସ୍ତ୍ର ସନ୍ଦିଗ୍ଧ (ଆତ୍ମଘାତୀ ଆକ୍ରମଣକାରୀ)କୁ ଗୁଳି କରିଛି। ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ଲୋରିଡାରେ ଥିଲେ। ଘଟଣା ପରେ ହ୍ୱାଇଟ୍ ହାଉସ୍ ବାହାରେ ସୁରକ୍ଷା ବଢ଼ାଇ ଦିଆଯାଇଛି।ଶନିବାର ଆମେରିକାର ସିକ୍ରେଟ୍ ସର୍ଭିସ୍ ଅଧିକାରୀଙ୍କୁ ସୂଚନା ମିଳିଥିଲା ଯେ ଜଣେ ସଶସ୍ତ୍ର ବ୍ୟକ୍ତି ଇଣ୍ଡିଆନାରୁ ହ୍ୱାଇଟ୍ ହାଉସ୍ରେ ପହଞ୍ଚିପାରେ । ଖବର ପାଇବା ପରେ ସୁରକ୍ଷା କର୍ମୀମାନେ ସଜାଗ ରହିଥିଲେ।ଏଜେଣ୍ଟମାନେ ସନ୍ଦିଗ୍ଧକୁ ଚାଲି ଚାଲି ଯାଉଥିବା ଠାବ କରିଥିଲେ। ଅଧିକାରୀମାନେ ସନ୍ଦିଗ୍ଧଙ୍କ ପାଖକୁ ଯିବା ପରେ ସେ ଏକ ବନ୍ଧୁକ ବାହାର କରିବାରୁ ତତ୍କ୍ଷଣାତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ଗୁଳିମାଡ଼ରେ ଆହତ ସନ୍ଦିଗ୍ଧକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି କିନ୍ତୁ ତା’ର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ।

