ଋଷର ଲ୍ୟାଣ୍ଡମାଇନ୍ ଯୁଦ୍ଧ ୟୁକ୍ରେନ ପାଇଁ କାଳ, ରଣନୀତି ବଦଳାଇଲା କୀଭ୍ ସେନା, ପାଶ୍ଚାତ୍ୟ ଟ୍ୟାଙ୍କ ଛାଡ଼ି ଚାଲି ଚାଲି ପାଲଟା ଆକ୍ରମଣ
ନୂଆ ମୋଡରେ ରୁଷ-ୟୁକ୍ରେନ ଯୁଦ୍ଧ । ଋଷର ମାଇନ୍ କ୍ଷେତ୍ର ୟୁକ୍ରେନ ପାଇଁ କାଳ। ଟ୍ୟାଙ୍କ ଛାଡ଼ି ପାଦରେ ଆଗାଉଛି ୟୁକ୍ରେନ ବାହିନୀ । ଋଷର ରଣନୀତି ଆଗରେ ପାଶ୍ଚାତ୍ୟ ଅସ୍ତ୍ର ଅକାମି । ଘନ ବାରୁଦ ସୁଡ଼ଙ୍ଗ ଭିତରେ ଋଷ୍ ସେନାକୁ ସାମ୍ନା କରିବା ଅସମ୍ଭବ । ଲ୍ୟାଣ୍ଡମାଇନ ବିଛା ଯୁଦ୍ଧକ୍ଷେତ୍ରରେ ଫେଲ୍ ମାରୁଛି କିଭକୁ ମିଳିଥିଲା ପାଶ୍ଚାତ୍ୟ ଦେଶର ଯୁଦ୍ଧାସ୍ତ୍ର । ଗଭୀର ଖାଲ ଅଞ୍ଚଳରେ ବ୍ୟବହାର ଯୋଗ୍ୟ ହେଉନାହିଁ ୟୁକ୍ରେନ ସ୍ଥଳସେନାକୁ ଆମେରିକା ଠାରୁ ମିଳିଥିବା ଟ୍ୟାଙ୍କ । ଋଷ୍ ସେନାକୁ ପାଲଟା ଜବାବ ଦେବାକୁ ବାଧ୍ୟ ହୋଇ ରଣନୀତି ବଦଲାଇଛି ୟୁକ୍ରେନ । ପାଶ୍ଚାତ୍ୟ ଟ୍ୟାଙ୍କକୁ ଯୁଦ୍ଧ କ୍ଷେତ୍ରରେ ଛାଡ଼ି ପାଦରେ ଚାଲି ଚାଲି ଲଢେଇ ଅଗ୍ରସର ହେଉଛନ୍ତି ଜେଲେନସ୍କି ସେନା । ବାରୁଦ ସୁଡ଼ଙ୍ଗ ଭିତରେ ପୁଟିନ୍ ସେନାଙ୍କୁ ଟକ୍କର ଦେବାକୁ ମୁସ୍କିଲ ତଥାପି ଲଢୁଛି ୟୁକ୍ରେନ ସେନା । ମନବଳ ଭାଙ୍ଗୁଛି, ହେଲେ ଦେଶ ପାଇଁ ସବୁକିଛି ତୁଛ କରିଦେଇଛି କିଭ୍ ବାହିନୀ । ସେପଟେ ୟୁକ୍ରେନ କମାଣ୍ଡର-ଇନ୍-ଚିଫ୍ ଜେନେରାଲ୍ ଓ୍ବାଲେରୀ ଜାଲଜୁନୀ କହିଛନ୍ତି, ସେନା ପାଖରେ ଅତ୍ୟାଧୁନିକ ଅସ୍ତ୍ର ନାହିଁ, ମାତ୍ର କିଛି ଯୁଦ୍ଧ ଟ୍ୟାଙ୍କ୍ କୁ ନେଇ ପାଲଟା ଆକ୍ରମଣ ଅସମ୍ଭବ । ଋଷ୍ ଲ୍ୟାଣ୍ଡମାଇନ ବିଛା ହୋଇଥବା ଅଞ୍ଚଳରେ ବଡ଼ ବଡ଼ ଗାତ ରହିଛି, ଏଥିରେ ଟ୍ୟାଙ୍କ ଅଧିକ ସମୟ ତିଷ୍ଟି ପାରିବ ନାହିଁ ଏବଂ କିଛି ସମୟ ଭିତରେ ନଷ୍ଟ ହୋଇଯିବ । ତେଣୁ ଋଷ୍ କବଜାରେ ଥିବା ଅଞ୍ଚଳକୁ ଫେରାଇ ଆଣିବାକୁ ପଶ୍ଚିମ ଦେଶ ମାନଙ୍କର ସହଯୋଗ ଲୋଡ଼ିଛି ୟୁକ୍ରେନ । ସ୍ଥଳସେନାର ସହାୟତା ପାଇଁ ଆମେରିକା ନିର୍ମିତ ଏଫ୍-16 ଭଳି ଅତ୍ୟାଧୁନିକ ଯୁଦ୍ଧ ବିମାନର ଆବଶ୍ୟକତା ରହିଛି ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି । ୟୁକ୍ରେନ ସେନା ସମ୍ପୂର୍ଣ୍ଣ ରୂପେ ଫଶି ଯାଇଛି । ଲ୍ୟାଣ୍ଡମାଇନକୁ ଯବାନମାନେ ନିସ୍କ୍ରିୟ କରୁଛନ୍ତି । ଏଥିପାଇଁ ଛୋଟ ଛୋଟ ଟିମ୍ ମଧ୍ୟ ଗଠନ ହୋଇଛି । ହେଲେ ଋଷ୍ ସେନା, ଆକ୍ରମଣକୁ ଜୋରଦାର କରି ଆକାଶ ମାର୍ଗରୁ ବିସ୍ଫୋରକ ପକାଇ ୟୁକ୍ରେନ ସେନାର ମାର୍ଗ ଅବରୋଧ କରୁଛି । ସଫା ହେଉଥିବା ରାସ୍ତାରେ ଘନ ଘନ ମାଇନ୍ ପକାଉଛି । ଜାରପୋର୍ଜିଆ କ୍ଷେତ୍ରକୁ ୨୦୧୪ରୁ ବେଆଇନ ଭାବେ କବଜା କରିଥିବା ଋଷ୍, ୟୁକ୍ରେନ ସେନା ଅଟକାଇବାକୁ ଏଭଳି ଯୁଦ୍ଧନୀତି ପ୍ରସ୍ତୁତ କରୁଛି । ସେପଟେ ଋଷ୍ ରାଷ୍ଟ୍ରପତ ପୁଟିନ ପରମାଣୁ ଯୁଦ୍ଧ ଧମକ ଦେଉଛି ।
