ଦେଶ ବିଦେଶ

ପୁଣି ଟ୍ରେନ ଲାଇନଚ୍ୟୁତ, ଟ୍ରାକରୁ ଖସିଲା ୧୧ ଡବା

Spread the love

ତେଲଙ୍ଗାନାର ପେଦ୍ଦାପଲ୍ଲୀ ଜିଲ୍ଲାରେ ମାଲଗାଡି ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନର ୧୧ଟି ଡବା ଲାଇନଚ୍ୟୁତ ହୋଇଛି । ଘଟଣା ପରେ ରେଳ ଯାତାୟାତ ପ୍ରଭାବିତ ହୋଇଛି ।ଦୁର୍ଘଟଣା ପରେ ଦିଲ୍ଲୀ ଏବଂ ଚେନ୍ନାଇ ମଧ୍ୟରେ ଯାତାଯାତ ପ୍ରଭାବିତ ହୋଇଛି ।ଦୁର୍ଘଟଣା ପରେ ସୁପରଫାଷ୍ଟ ଏକ୍ସପ୍ରେସ, ଏକପ୍ରେସ, ପାସେଞ୍ଜର ଏବଂ ଅନ ମାଲଗାଡି ବାଧାପ୍ରାପ୍ତ ହୋଇଥିଲା । ପାସେଞ୍ଜର ଗାଡି ଯିବାଆସିବାରେ ବାଧା ସୃଷ୍ଟି ହୋଇଛି । ଦୁର୍ଘଟଣା ପରେ ରେଳ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ତୁରନ୍ତ ଟ୍ରାକ୍ ଖାଲି କରିବା ପାଇଁ କାର୍ଯ୍ୟ ଚାଲିଛି । ଦୁଘର୍ଟଣା ଯୋଗୁଁ ଅନେକ ଟ୍ରେନ ନିଜ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଚାଲୁଛି । ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଲୱେ କାମ ଜାରି ରଖିଛି ।

Leave a Reply

Your email address will not be published. Required fields are marked *