ଲସ୍ ଏଞ୍ଜେଲ୍ସ ବନାଗ୍ନିରେ ୫ ମୃତ
ଲସ୍ ଏଞ୍ଜେଲ୍ସରେ ଏକ ବଡ଼ ଧରଣର ବନାଗ୍ନି ଆତଙ୍କ ଖେଳାଇ ଦେଇଛି। ନିଆଁ ନିୟନ୍ତ୍ରଣ ବାହାରେ ଥିବା ବେଳେ ଏଥିରେ ପ୍ରାୟ ୫ ଜଣଙ୍କ ଜୀବନ ଯାଇ ସାରିଲାଣି। ବ୍ୟାପକ ଧ୍ୱଂସ ମଧ୍ୟରେ ବାସିନ୍ଦାମାନଙ୍କୁ ସେମାନଙ୍କ ଘରୁ ବାହାରକୁ ଯିବାକୁ ବାଧ୍ୟ କରାଯାଉଛି।ଲସ୍ ଏଞ୍ଜେଲ୍ସରେ ଏକ ବଡ଼ ଧରଣର ବନାଗ୍ନି ଆତଙ୍କ ମଧ୍ୟରେ ୩୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଛି। ସାଣ୍ଟା ମୋନିକା ଏବଂ ମାଲିବୁ ମଧ୍ୟରେ ପାସିଫିକ୍ ପାଲିସେଡ୍ସ ଅଞ୍ଚଳରେ ପ୍ରାୟ ୧୨୬୨ ଏକର ଜଙ୍ଗଲ ଅଞ୍ଚଳ ଜଳି ପୋଡ଼ି ଛାରଖାର ହୋଇଯାଇଛି। ମାତ୍ର କିଛି ଘଣ୍ଟା ମଧ୍ୟରେ ନିଆଁ ଅତି ଭୟାନକ ରୂପ ନେଇଥିଲା।

