ଗୋଟିଏ ପରିବାରର ୫ ମୃତ
ଉତ୍ତରପ୍ରଦେଶର ମେରଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ଘରୁ ଗୋଟାଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମେରଟର୍ ଲିସାରି ଗେଟ୍ ଅଞ୍ଚଳରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ମୃତଦେହ ସେମାନଙ୍କ ଘର ଭିତରୁ ମିଳିଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ସ୍ବାମୀ, ସ୍ତ୍ରୀ ଓ ସେମାନଙ୍କ ୩ ପିଲାଙ୍କର ମୃତଦେହ ଉଦ୍ଧାର କରଯାଇଛି ଘର ଭିତରୁ। ମୃତ ୩ ଜଣ ଯାକ ଝିଅଙ୍କର ବୟସ ୧୦ ବର୍ଷରୁ କମ୍।ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଦମ୍ପତିଙ୍କ ମୃତଦେହ ଘରେ ପଡ଼ିଥିବା ବେଳେ, ପିଲାମାନଙ୍କ ମୃତଦେହ ଏକ ବେଡ୍ ବକ୍ସ ଭିତରୁ ମିଳିଥିଲା। ଏଥିରୁ ଏହା ଏକ ହତ୍ୟା ମାମଲା ବୋଲି ଅନୁମାନ କରାଯାଉଛି।ପୁଲିସର କହିବା ଅନୁଯାୟୀ, ସମସ୍ତ ମୃତଦେହର ମୁଣ୍ଡରେ ଆଘାତ ଲାଗିଥିଲା ଏବଂ ସେମାନଙ୍କୁ କୌଣସି ଭାରୀ ଜିନିଷ ଦ୍ୱାରା ଆଘାତ କରାଯାଇଥିବା ପରି ମନେ ହେଉଛି।

