ଦେଶ ବିଦେଶ

ପହଁରିବାରେ ରେକର୍ଡ ହାସଲ କଲେ ୫୨ ବର୍ଷିୟ ମହିଳା

Spread the love

ଆନ୍ଧ୍ରପ୍ରଦେଶର କାକିନାଡା ଜିଲ୍ଲାର ୫୨ ବର୍ଷୀୟା ମହିଳା ଶ୍ୟାମଲା ଗୋଲି ଜାନୁଆରୀ ୪ ତାରିଖରେ ଇତିହାସ ରଚିଛନ୍ତି । ତାଙ୍କର ଅଦ୍ଭୁତ କଳା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶ୍ୟାମଲା ବିଶାଖାପାଟଣାରୁ କାକିନାଡା ପର୍ଯ୍ୟନ୍ତ ସମୁଦ୍ରରେ ୧୫୦ କିଲୋମିଟର ପହଁରି ସୂର୍ଯ୍ୟରାଓପେଟା ଉପକୂଳରେ ପହଞ୍ଚିଥିଲେ ।  ଏହି ଯାତ୍ରା ପ୍ରାୟ ପାଞ୍ଚ ଦିନ ଧରି ଚାଲିଥିଲା, ଯେଉଁଥିରେ ଶ୍ୟାମଲା ଗୋଲି ପ୍ରତିଦିନ ପ୍ରାୟ ୩୦ କିଲୋମିଟର ପହଁରି ବିଶାଖାପାଟଣାରୁ କାକିନାଡା ପର୍ଯ୍ୟନ୍ତ ୧୫୦ କିଲୋମିଟର ସମୁଦ୍ର ଯାତ୍ରା ଶେଷ କରିଥିଲେ । ତାଙ୍କର ଏହି ସଫଳତା କେବଳ ବ୍ୟକ୍ତିଗତ ସଫଳତା ନୁହେଁ ବରଂ ବଡ଼ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଥିବା ସମସ୍ତ ବୟସର ଲୋକଙ୍କ ପାଇଁ ପ୍ରେରଣା ସାଜିଛି । ଶ୍ୟାମଲାଙ୍କ ଏହି ସଫଳତା ପାଇଁ ହରିୟାଣା ରାଜ୍ୟପାଳ ବଣ୍ଡାରୁ ଦତ୍ତାତ୍ରେୟ ତାଙ୍କୁ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *