ରାଶିଫଳ

ଦୈନିକ ରାଶିଫଳ

Spread the love

ମେଷ : ଆତ୍ମୀୟଙ୍କୁ ନିଜ ସପକ୍ଷକୁ ନେବା ଦିଗରେ ସମର୍ଥ ହେବେ ।ବନ୍ଧୁଙ୍କଠାରୁ ବକେୟା ପାଇବାରେ ବିଳମ୍ବ ଘଟିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି । ନିର୍ମାଣ, ଜମିଜମା, ରପ୍ତାନି ବାଣିଜ୍ୟ ଓ ପରିବହନରେ କ୍ଷତିର ଆଶଙ୍କା ରହିଛି ।

ବୃଷ : ଆଜି ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଫେରି ଆସିବ । କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ । ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ବିଫଳତା ଦେଖି ଚିନ୍ତିତ ହୋଇପାରନ୍ତି ।

ମିଥୁନ : ସହକର୍ମୀଙ୍କ ସହ ଭଲରେ ଦିନ କଟିବ । ବ୍ୟବସାୟ, ଗବେଷଣା, ଅନୁସନ୍ଧାନାଦି କାମରେ ସଫଳତା ପାଇବେ । ସତର୍କତା ଅଭାବରୁ ଅଶ୍ଳେଷା ନକ୍ଷତ୍ରର ଅର୍ଥହାନିର ଆଶଙ୍କା ଦେଖାଦେବ ।

କର୍କଟ : ବିବାଦରେ ପଡ଼ି ମନସ୍ତାପ କରିପାରନ୍ତି । ପରିବାର ଭିତରେ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । ସଙ୍ଗଠନ, ରାଜନୀତି, ପ୍ରଶାସନ, ସାମ୍ବାଦିକତା କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।

ସିଂହ : ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ । ଖଳ ଲୋକଙ୍କ ଦ୍ୱାରା କୌଣସି ଗୁଜବ ମନକୁ ଚହଲାଇ ଦେଇପାରେ । କର୍ମକ୍ଷେତ୍ରରେ ଆବଶ୍ୟକୀୟ ସାହାଯ୍ୟ, ସହଯୋଗ ହେତୁ ସମ୍ମାନ ପାଇ ଖୁସି ହେବେ ।

କନ୍ୟା : ଯେଉଁ କାମରେ ହାତଦେବେ ସଫଳତା ମିଳିବ । ସାମାଜିକ କ୍ଷେତ୍ରରେ ସତ କଥା କହି ବିବାଦୀୟ ହେବେ । ସାଂସ୍କୃତିକ କାର୍ଯ୍ୟକ୍ରମ, ସାହିତ୍ୟ, କଳା, କ୍ରୀଡ଼ା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ ।

ତୁଳା : ମାନସିକ ସ୍ଥିତି ଯାହା ଥାଉନାକାହିଁକି ମିଠାକଥା କହି ବନ୍ଧୁଙ୍କୁ ଆପ୍ୟାୟିତ କରିପାରିବେ । ବିଗତ ଦିନର କୌଣସି ଘଟଣା ସକାଶେ ଅପରାହ୍ନରେ ଟେନସନ୍‌ ବଢ଼ିପାରେ । ମାଲିମକଦ୍ଦମା, ଜମିଜମା କାରବାର, ନିର୍ମାଣ, ମାଙ୍ଗଳିକ କାମ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି ।

ବିଛା : ଧର୍ମକାର୍ଯ୍ୟରେ ନିୟୋଜିତ ହେବେ । ଜଣେ ବନ୍ଧୁଙ୍କ ଜରିଆରେ ପ୍ରତୀକ୍ଷାର ଅନ୍ତ ଘଟିବ ।  ଶିଳ୍ପ, ବାଣିଜ୍ୟ, ପରିବହନ, ସଭାସମିତି, ରାଜନୀତି, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ ।

ଧନୁ : ପାରିବାରିକ ସ୍ଥିତି ଭଲ ରହିବ । ସମ୍ପର୍କୀୟଙ୍କ ସହଯୋଗରେ ଦୁଃସାଧ୍ୟ କାମ ସମ୍ପନ୍ନ ହେବ । ସମ୍ପର୍କୀୟଙ୍କୁ ଭଲ ପାଇବାକୁ କେନ୍ଦ୍ର କରି ସମସ୍ୟା ଦେଖାଦେବାର ସୂଚନା ରହିଛି ।

ମକର : ଆପଣ ନକାରାମତ୍କ ଚିନ୍ତାଧାରାରେ ବିବ୍ରତ ହୋଇପାରନ୍ତି । କର୍ମକ୍ଷେତ୍ରରେ ପରିସ୍ଥିତି ବଦଳିଯିବାର ସୂଚନା ପାଇ ଆଶ୍ୱସ୍ତି ଅନୁଭବ କରିବେ । ନୂତନ ସ୍ଥାନ ଭ୍ରମଣ, ଅର୍ଥ ଓ ସମ୍ମାନ ମିଳିବ, ବ୍ୟବସାୟିକ ଉନ୍ନତି କରିବେ ।

କୁମ୍ଭ : ଆପଣଙ୍କ ଭାଷାର କଠୋରତା ଅନ୍ୟକୁ ଆଘାତ ଦେଇପାରେ । ମନ ଯେପରି ଚାହୁଁଛି ଆଜି ତାହା ପାଇବାରେ କୌଣସି ଅସୁବିଧା ରହିବ ନାହିଁ । ବନ୍ଧୁଙ୍କ ନିକଟରେ ବହୁତ ଦିନ ହେଲା ବାକି ପଡ଼ିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ।

ମୀନ : ଯେତେ ଭଲ କାମ କଲେ ମଧ୍ୟ ନିନ୍ଦୁକ ସମାଲୋଚନାରୁ ରକ୍ଷା ପାଇବେ ନାହିଁ । ଘରର ବରାଦ ଅନୁଯାୟୀ ନୂତନ ଜିନିଷ କ୍ରୟ ପାଇଁ ମନ ବଳାଇବେ । ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା, ମାଲିମକଦ୍ଦମା ସପକ୍ଷରେ ଯାଇ ନ ପାରେ ।

Leave a Reply

Your email address will not be published. Required fields are marked *