ଜାନୁଆରୀ ୦୨ ତାରିଖ, ମଙ୍ଗଳବାର; ଜାଣନ୍ତୁ କେମିତି ରହିବ ଆଜିର ଦିନ
ମେଷ- କୃଷ୍ଣପକ୍ଷ ପଞ୍ଚମ ଚନ୍ଦ୍ର ରହିଥିବାରୁ ମାନହାନି ହେବା ସହ ଅଙ୍ଗରେ ଆଘାତ ଲାଗିପାରେ। ମାନସିକ ଅଶାନ୍ତି କିଛି ମାତ୍ରାରେ ଦେଖା ଦେବ। ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଖୁବ ଭଲ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନଟି କଷ୍ଟ ଦାୟକ ହେବ।
ବୃଷ – ଆଜି ସ୍ୱାସ୍ଥ୍ୟ ଅବସ୍ଥାରେ ଆଜି ଆପଣଙ୍କ ସୁଧାର ଆସିବ। ଧନ ପ୍ରାପ୍ତିର ଯୋଗ ରହିଛି । ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଗୃହରେ ଆନନ୍ଦର ମହୋଲ ଦେଖାଯିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟ ମଧ୍ୟମ ଫଳ ଦେବ। ସାମାନ୍ୟ କଳହ ଯୋଗ ମଧ୍ୟ ରହିଛି।
ମିଥୁନ- ଦିନଟି ଆଜି ଆପଣଙ୍କୁ ଉତ୍ତମ ଫଳ ଦେବ। ମନ ପ୍ରଫୁଲ୍ଲ ରହିବ। ନୂତନ ଯାନବାହାନ କ୍ରୟ କରି ପାରନ୍ତି। ଅର୍ଥ ପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟରେ ବୃଦ୍ଧି ହେବ। ପରିବାରରେ କିଛି ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ।
ତୁଳା – ଦିନଟି ଉତ୍ତମ ଫଳ ଦେବ। କାର୍ଯ୍ୟ କ୍ଷେତ୍ରରେ ତପ୍ତର ହେବେ। ଆୟ ବୃଦ୍ଧି ହେବ। ପୁରୁଣା ମିତ୍ରଙ୍କୁ ଭେଟି ଆନନ୍ଦ ପାଇବେ। ଅର୍ଥ ନିବେଶ କରିବା ପାଇଁ ଦିନଟି ଉତ୍ତମ ରହିଛି। ବିଦ୍ୟାର୍ଥୀମାନେ ଅନେକ ଲାଭବାନ ହେବେ।
ବିଛା – ଆତ୍ମସନ୍ତୋଷ ପ୍ରାପ୍ତ ହେବ। ନିଜକୁ ଦୃଢ଼ ରଖିଲେ ଦିନଟି ବହୁତ୍ ଭଲରେ କଟିବ । ଉନ୍ନତିର ନୂଆ ବାଟ ଆଜି ଦେଖା ଯିବ। ଆୟ ବୃଦ୍ଧି ହେବ । ନୂତନ କାର୍ଯ୍ୟ କିମ୍ବା ବ୍ୟବସାୟ ପାଇଁ ଦିନଟି ବହୁତ୍ ଭଲ ରହିଛି। ଛାତ୍ରଛାତ୍ରୀମାନେ ମନରେ ବିଶ୍ୱାସ ରଖନ୍ତୁ।
ଧନୁ- ଆଜି ଦିନଟି ଆପଣଙ୍କୁ ଏତେ ମାତ୍ରାରେ ଭଲ ଦେବ ନାହିଁ । କାର୍ଯ୍ୟ କ୍ଷେତ୍ରରେ ଦ୍ଵନ୍ଦ ଲାଗି ରହିବ । ମିତ୍ରଙ୍କ ସହଯୋଗ ମିଳିବ ହେଲେ ମଧ୍ୟ ବ୍ୟବସାୟରେ ଅଧିକ ପରିଶ୍ରମ ଯୋଗ ରହିଛି। ପରିବାରରେ କଳହ ହୋଇପାରେ।
ମକର – ଘାତ ଚନ୍ଦ୍ର ରହିଥିବାରୁ କିଛି ମାନସିକ ସମସ୍ୟା ଦେଖା ଦେଇପାରେ । ମନୋବଳ ଦୃଢ଼ ରହିବେ। କାର୍ଯ୍ୟରେ ସଫଳତା ଡେରିରେ ମିଳିବ। ବିଦ୍ୟାର୍ଥୀମାନେ ପାଠରେ ମନୋନିବେଶ କରିବେ। ପରିବାରରେ ମନ ମାଳିନ୍ୟ ଲାଗି ରହିବ।
କୁମ୍ଭ – ଆନନ୍ଦ ଉତ୍ସାହର ସହିତ ଦିନଟି ଅତିବାହିତ ହେବ। ଧନ ପ୍ରାପ୍ତି ଯୋଗ ରହିଛି। ସ୍ୱା ସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଦେଇଥିବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଯୋଗ ଅଛି। ପ୍ରେମ ସମ୍ପର୍କ ନିବିଡ଼ ହେବ। ବ୍ୟବସାୟରେ ଲାଭ ଯୋଗ ରହିଛି।
ମୀନ – ଧର୍ଯ୍ୟହରା ନହେଲେ ଦିନଟି ଉତ୍ତମ ଫଳ ଦେବ। ମନ ପ୍ରସନ୍ନ ରହିବ। ବ୍ୟବସାୟରେ ବୃଦ୍ଧି ହେବ। ଅଧିକ ପରିଶ୍ରମ ମଧ୍ୟ ଆଜି କରିବାକୁ ପଡିପାରେ। ଭ୍ରମଣ ଯୋଗ ରହିଛି। ପରିବାରରେ ଶତ୍ରୁ ଭୟ ଦେଖା ଦେଇପାରେ। ବିଦ୍ୟାର୍ଥୀମାନେ ଉଚା ଭିଳାସି ହେବେ।
