ରାଶିଫଳ

ଅଗଷ୍ଟ ୧୭ ତାରିଖ, ଗୁରୁବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Spread the love

ମେଷ – ଆସନ୍ତାକାଲି ଆପଣଙ୍କ ଦିନଟି ବହୁତ୍ ଭଲ ରହିଛି । ଅନ୍ୟକୁ ସାହାଯ୍ୟ କରିବେ। ସମୟ ସହିତ ତାଳ ଦେଇ ଚଳିବେ । କିଛି ଜରୁରୀ କାର୍ଯ୍ୟ ଆଜି ପୂର୍ଣ୍ଣ ହେବ ।ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି । ଦୁର୍ଜନଙ୍କ ଠାରୁ ଦୂରେଇ ରୁହନ୍ତୁ ।

ବୃଷ – ବନ୍ଧୁ ଓ ପରିବାର ବର୍ଗ ଙ୍କ ମଧ୍ୟ ରେ ବାଦବିବାଦ ଲାଗିପାରେ । କର୍ମ କ୍ଷେତ୍ର ରେ ପଦୋନ୍ନତି ର ଯୋଗ ରହିଛି । ବ୍ୟବସାୟ ରେ ସଫଳତା ମିଳିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ମାନସିକ ସ୍ତରରେ କିଛି ମାତ୍ରାରେ ଦ୍ୱେଷ ଦେଖା ଦେବ ।

ମିଥୁନ – କାର୍ଯ୍ୟ କ୍ଷେତ୍ରରେ ନିଜକୁ ବ୍ୟସ୍ତ ରଖିବେ। ଅଟକି ଥିବା କାର୍ଯ୍ୟର ଗୁରୁବାର ପୁନଃ ଆରମ୍ଭ କରିବେ ।ଛାତ୍ର ଛାତ୍ରୀ ମାନେ ନିଜ କାର୍ଯ୍ୟ ରେ ମନୋନିବେଶ କରିବେ। ଦମ୍ପତି ମାନଙ୍କ ପାଇଁ ଦିନଟି ବ୍ୟସ୍ତ ବହୁଳ ରହିବ ।

କର୍କଟ – ଆସନ୍ତାକାଲି କର୍କଟ ରାଶିର ଘାତ ଚନ୍ଦ୍ର । ଦିନଟି ଆପଣଙ୍କୁ ମଧ୍ୟମ ଫଳ ଦେବ । ଚିନ୍ତାକୁ ମନରୁ ଦୂରୀଭୂତ କରନ୍ତୁ । ଧନ ଲାଭର ସଂଯୋଗ ରହିଛି। ଖର୍ଚ୍ଚ ମଧ୍ୟ ଅଧିକ ହୋଇ ପାରେ । ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ଚିନ୍ତା ରେ ରହିବେ ।

ସିଂହ – ଭାଗ୍ୟ ଗୁରୁବାର ଆପଣଙ୍କ ସାଥ ଦେବ । ଶ୍ରୀ ଚନ୍ଦ୍ର ରହିଥିବାରୁ ଧନ ପ୍ରାପ୍ତି ଯୋଗ ରହିଛି । ବୈବାହିକ ସମ୍ପର୍କରେ ମନୋମାଳିନ୍ୟ ଦେଖିବାକୁ ମିଳିପାରେ । ଅଯଥା ଖର୍ଚ୍ଚରୁ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରନ୍ତୁ । ବିଦ୍ୟାର୍ଥୀ ମାନେ ଆଶାୟୀ ହେବେ ।

କନ୍ୟା – କିଛି ମାନସିକ ସମସ୍ୟା ଦେଖା ଦେଇ ପାରେ । ମନୋବଳ ଦୃଢ଼ ରହିବେ । କାର୍ଯ୍ୟରେ ସଫଳତା ଡେରିରେ ମିଳିବ । ବିଦ୍ୟାର୍ଥୀମାନେ ପାଠରେ ମନୋନିବେଶ କରିବେ । ପରିବାରରେ ମନୋମାଳିନ୍ୟା ଲାଗି ରହିବ ।

ତୁଳା – ଉଦାର ମନୋଭାବ ରହିବ । କାର୍ଯ୍ୟ କ୍ଷେତ୍ରରେ କିଛି ବଡ଼ ନିଷ୍ପତି ନେଇ ପାରନ୍ତି । ଆର୍ଥିକ ସ୍ଥିତି ଦୁର୍ବଳ ହେବ । ବନ୍ଧୁ ମାନଙ୍କ ସହଯୋଗ ମିଳିବ । ପରିବାରରେ ଚାଲିଥିବା ସମସ୍ୟାର ସମାଧାନ ହୋଇ ଯିବ । ବିଦ୍ୟାର୍ଥୀ ମାନେ ଚଞ୍ଚଳ ହେବେ ।

ବିଛା – ବିରୋଧୀ ମାନେ ହଇରାଣ କରିବାକୁ ପ୍ରୟାସ କରିବେ । କର୍ମ କ୍ଷେତ୍ରରେ ସାବଧାନ ଅବଲମ୍ବନ କରନ୍ତୁ । ଆର୍ଥିକ ଅନଟନ ଦେଖା ଦେଇ ପାରେ । ବିଦ୍ୟାର୍ଥୀ ମାନେ ଅବହେଳିତ ହେବେ । କାର୍ଯ୍ୟ ବ୍ୟସ୍ତ ରେ ରହିବେ ।

ଧନୁ – ଇଚ୍ଛା କରିଥିବା ଜିନିଷକୁ ପ୍ରାପ୍ତ କରି ପାରନ୍ତି । ସେବା ପୂଜାରେ ମନୋ ନିବେଶ କରିବେ। ମନ ଧ୍ୟାନ ଦେଇ କାର୍ଯ୍ୟ କଲେ ଆସନ୍ତାକାଲି ନିଶ୍ଚିନ୍ତ ସଫଳତା ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି ।ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବେ ।

ମକର – ଦିନରେ କିଛି ବାଧା ବିଘ୍ନ ଦେଖା ଦେଇ ପାରେ । ସୁଖହାନୀ ହେବାର ସମ୍ଭାବନା ରହିଛି । କରିଥିବା ଆର୍ଥିକ ଯୋଜନାରୁ ଲାଭ ପ୍ରାପ୍ତ ହେବ । ବିଦ୍ୟାର୍ଥୀ ମାନେ ପାଠରେ ମନୋନିବେଶ କରିବେ ନାହିଁ । ବ୍ୟବସାୟରେ ମଧ୍ୟମ ଫଳ ମିଳିବ ।

କୁମ୍ଭ – ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚାକିରିରେ ପଦୋନ୍ନତି ଘଟିବ । ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ର ହିଛି । ମାନ ସମ୍ମାନ ମିଳିବ । ଭାବିଚିନ୍ତି କାର୍ଯ୍ୟ ନିଷ୍ପତି ନିଅନ୍ତୁ । ମିତ୍ର ଲାଭର ଯୋଗ ରହିଛି ।

ମୀନ – ଆସନ୍ତାକାଲି ଦିନଟି ଆପଣଙ୍କୁ ମଧ୍ୟମ ଫଳ ପ୍ରାପ୍ତ କରାଇବ।ନିର୍ଣ୍ଣୟ ଆପଣଙ୍କ ପକ୍ଷ ରେ ରହିବ । ସାମାନ୍ୟ ମାନସିକ ଅଶାନ୍ତି ଦେଖା ଦେବ । କିନ୍ତୁ ନିଜ ନିଅନ୍ତ୍ରଣ ଯୋଗୁଁ ତାହା ଆପଣ ସମାଧାନ କରିବାକୁ ସକ୍ଷମ ହେବେ ।ବ୍ୟବସାୟ ରେ ଲାଭ କ୍ଷତି ଲାଗି ରହିବ ।

Leave a Reply

Your email address will not be published. Required fields are marked *