ରାଶିଫଳ

ଆଜିର ରାଶିଫଳ

Spread the love

ମେଷ : ଆଜି ବହୁତ ଦିନରୁ ଅଟକି ରହିଥିବା କାର୍ଯ୍ୟଗୁଡିକ ତ୍ୱରାନ୍ବିତ ହେବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବେ । ସମ୍ବେଦନଶୀଳ କଥାରେ କିମ୍ବା ପାରିବାରିକ ଜୀବନରେ ସନ୍ତାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇପାରନ୍ତି ।

ବୃଷ : ଆଜି ମନ ଅନୁଯାୟୀ କୌଣସି କାମକୁ ସହଜରେ କରିପାରିବେ ନାହିଁ । ପାରିବାରିକ କ୍ଷେତ୍ରରେ ମନ କଥା କାହାକୁ କହିପାରୁ ନ ଥିବେ କିମ୍ବା ସମାଧାନର ରାସ୍ତା ଖୋଜି ପାଉ ନ ଥିବେ ।

ମିଥୁନ : ଆଜି ବିବାଦୀୟ ସ୍ଥିତିରେ ନିଜର ଲୋକମାନେ ଶତ୍ରୁତା କରି ପାରନ୍ତି । ଗୁରୁତ୍ୱପୂର୍ଣ୍ଣ ବିଚାରକମଣ୍ଡଳୀର ସଭାରେ ଆଲୋଚନା ଅସମାପ୍ତ ରହିପାରେ । ପରିସ୍ଥିତି ଭିନ୍ନ ମୋଡ଼ ନେବା କାରଣରୁ ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଲକ୍ଷ୍ୟ ପୂରଣ ହେବ ।

କର୍କଟ : ଆକସ୍ମିକ କଳହ ସୃଷ୍ଟି ଯୋଗୁ ନିଜ ଲୋକମାନେ ଦୂରେଇ ଯିବାର ଆଶଙ୍କା ରହିଛି । କର୍ମ କ୍ଷେତ୍ର, ଯାନବାହନ, ଦୋକାନବାଡି, ସଭା ସମିତିରୁ ଉପକୃତ ହେବେ । ପ୍ରତ୍ୟେକ ସମୟରେ ଟେନସନ୍‌ କିଛି ମାତ୍ରାରେ ଲାଗିରହିବ ।

ସିଂହ : ଗୁରୁତ୍ୱପୂର୍ଣ୍ଣ କାମ ସମ୍ପନ୍ନ ସକାଶେ ଶାରୀରିକ ଅସାମର୍ଥ୍ୟତା ପ୍ରକାଶ ପାଇବ । ହିତାକାଂକ୍ଷୀଙ୍କ ସାହାଯ୍ୟ ମନୋଭାବରୁ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିପାରେ । ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବା ଫଳରେ ଦୁଶ୍ଚିନ୍ତା ବଢ଼ିଯାଇପାରେ ।

କନ୍ୟା : କାର୍ଯ୍ୟସାଧନରେ ମନ୍ଥରଗତି କାରଣରୁ କିମ୍ବା ପରିଜନଙ୍କ ସ୍ବାସ୍ଥ୍ୟହାନିଜନିତ ମନ ଉଦ୍‌ବେଗ ରହିବ । କୌଣସି କ୍ଷେତ୍ରରେ ହଠାତ୍‌ ପ୍ରତିକ୍ରିୟା ପ୍ରକାଶ କରିବା ଠିକ୍‌ ହେବ ନାହିଁ ।

ତୁଳା : ମନରେ ବିଭିନ୍ନ ଭାବରାଜି ଉଦ୍ରେକ ହେବାରୁ କାର୍ଯ୍ୟଧାରା ନିୟନ୍ତ୍ରିତ ରହି ନ ପାରେ । ପରିବାର ଓ କର୍ମକ୍ଷେତ୍ର ସକାଶେ ଦିନଟି ଶୁଭ ନୁହେଁ । ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା ସଭାସମିତିରେ ପ୍ରଶଂସିତ ହେବେ ।

ବିଛା : ଧନାଧିପ ଉଚ୍ଚସ୍ଥ ଯୋଗୁ ଧନାଗମ, ମିଷ୍ଠାନ୍ନ ପ୍ରାପ୍ତି, ବନ୍ଧୁବସତ୍ଳ ସାଙ୍ଗକୁ ମୁହଁରେ ହସ ଲାଗି ରହିବ । ତଥାପି ସାମୟିକ ବ୍ୟସ୍ତତା କାରଣରୁ ଅଫିସରେ କାମ ଗୋଳମାଳିଆ ଧରିପାରେ । ଦୀର୍ଘଦିନରୁ ଅଟକି ରହିଯାଇଥିବା କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନ ବଳାଇବେ ।

ଧନୁ : ଆଜିର କର୍ମକ୍ଷେତ୍ରରେ ସମସ୍ୟା ସମାଧାନର ରାସ୍ତା ବାହାର କରିବାରେ ସମର୍ଥ ହେବେ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ । ବନ୍ଧୁଙ୍କ ସମ୍ମୁଖରେ ମନର ଭାବ ପ୍ରକାଶ କରିବାରେ ପଛେଇ ଯିବେ ।

ମକର : ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ପାରିବାରିକ ଦିଗରୁ ପୁରୁଣା କଥାକୁ ବାରମ୍ବାର ଦୋହରାଇବା ଠିକ୍‌ ନ ହୋଇପାରେ ।

କୁମ୍ଭ : ନିରପେକ୍ଷ ବିଚାର ସାଙ୍ଗକୁ ସୁସଂଯତ କାର୍ଯ୍ୟକଳାପ କାରଣରୁ ଶାନ୍ତି ଓ ସନ୍ତୋଷ ପାଇବେ । ସାମୟିକ କୌଣସି ଜିନିଷର ଅଭାବଜନିତ ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ ।

ମୀନ : ପ୍ରତ୍ୟେକ କାମ ବିଳମ୍ବରେ ସମ୍ପନ୍ନ ହେବାର ସ୍ପଷ୍ଟ ସୂଚନା ରହିଛି । ସାମାଜିକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ସମସ୍ୟା ପିଛା ଛାଡୁ ନ ଥିବାରୁ ସହଜରେ କାମ ହାସଲ କଷ୍ଟକର ହେବ ।

Leave a Reply

Your email address will not be published. Required fields are marked *